ଏକ ବର୍ଷର ସରକାର: ଆଜିଠାରୁ ଦ୍ୱିତୀୟ ବର୍ଷର କାର୍ଯ୍ୟକାଳ ଆରମ୍ଭ ହେଲା ।

ନଏଜ ଓଡିଶା: ରାଜ୍ୟରେ ବିଜେପି ସରକାରଙ୍କୁ ପୁରିଛି ବର୍ଷେ । ୨୦୨୪ ଜୁନ ୧୨ ତାରିଖରେ ଆଜିର ତାରିଖରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ ମୋହନ ମାଝୀ । ନିର୍ବାଚନ ସମୟରେ ବିଜେପି ଦେଇଥିଲା ଅନେକ ପ୍ରତିଶୃତି । ତେଣୁ ସରକାର ଗଠନର ପ୍ରଥମ କ୍ୟାବିନେଟ ବୈଠକରେ ୪ଟି ଯୋଜନା ଉପରେ ମୋହର ମାରିଥିଲେ ମୋହନ ।

ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲାଯିବ ନେଇ ସରକାର ନେଇଥିଲେ ନିଷ୍ପତି । ଧାନର ଏମଏସପି ଉପରେ ୮୦୦ ଟଙ୍କାର ବୋନସ ମଧ୍ୟ ହିତାଧିକାରୀଙ୍କୁ ମିଳିପାରିଛି । ସୁଭଦ୍ରା ଯୋଜନାରେ ମହିଳା ମାନଙ୍କୁ ମିଳିସାରିଲାଣି ଦୁଇଟି କିସ୍ତିରେ ଟଙ୍କା । ଓଡ଼ିଆ ଅସ୍ମିତାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଏଥିସହିତ ସରକାର ଏବଂ ଲୋକଙ୍କ ମଧ୍ୟରେ ଦୂରତା ଦୂର ହୋଇ ପାରିଛି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବସି ଲୋକଙ୍କ ଅଭିଯୋଗକ୍ରମେ ସମାଧାନ ହେଉଛି । ମୋହନ ସରକାର ତାଙ୍କର ପ୍ରଥମ ବର୍ଷରେ ଓଡ଼ିଶାର ସମସ୍ତ ଜିଲାକୁ ଗସ୍ତକରି ଜିଲାର ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରୁଥିବାର ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *