କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଏବଂ ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ଅବସରରେ କଟକରେ ସାମ୍ବାଦିକ ସମ୍ମିଳନୀ। ଆଇନ, ଅବକାରୀ ଏବଂ ପୂର୍ବତନ ବିଭାଗ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଆୟୋଜନ କରିଥିଲେ ସାମ୍ବାଦିକ ସମ୍ମିଳନୀ । ସମ୍ମିଳନୀରେ ସେ କହିଛନ୍ତି -ଆମ ଆଗରେ ଲକ୍ଷ ସ୍ଥିର ରହିଛି । ୨୦୩୬ରେ ବିକଶିତ ଓଡିଶାର ଲକ୍ଷ ରଖା ଯାଇଛି । ରାଜ୍ୟର ଅର୍ଥ ନୀତିକୁ ୫୦୦ ଟ୍ରିଲୀୟନକୁ ବୃଦ୍ଧି କରିବା ସରକାରଙ୍କ ଲକ୍ଷ । ଏହାସହ ଓଡିଶାର ମୁଣ୍ଡ ପିଛା ଆୟକୁ ସାଢେ ୯ଲକ୍ଷ ଟଙ୍କାକୁ ପହଂଚିବ ବୋଲି ଲକ୍ଷ ରଖିଛି ବିଜେପି ସରକାର । ମନ୍ତ୍ରୀଙ୍କ ମତରେ ନିର୍ବାଚନ ପୂର୍ଵରୁ ଜାରି ହୋଇ ଥିବା ସଂକଳ୍ପ ପତ୍ରରେ ଥିବା ପ୍ରତିଟି ବିନ୍ଦୁକୁ କାର୍ଯ୍ୟକାରି ହୋଇଛି ।
ପ୍ରମୁଖ ୨୧ଟି ସଂକଳ୍ପରୁ ୧୮ଟି କାର୍ଯ୍ୟକାରୀ କରିଛୁ। ସେଥିମଧ୍ୟରୁ ୧୧ଟିକୁ ସମ୍ପୂର୍ଣ କରିଛୁ । ମହିଳାଙ୍କୁ ପୂର୍ଵରୁ ରାଜନୈତିକ କାର୍ଯ୍ୟ ପାଇଁ ବ୍ୟବହାର କରାଯାଉ ଥିଲା ।କିନ୍ତୁ ଆମ ସରକାର ମହିଳାଙ୍କୁ ଆର୍ଥିକ ରୂପେ ସଶକ୍ତ କରିଛୁ। ଏହାସହ ଗ୍ରାମାଞ୍ଚଳର ବିକାଶ ଉପରେ ଗୁରୁତ୍ୱ ଦିଆଯିବା ସହକୃଷି ଉପରେ ଅଧିକ ଗୁରୁତ୍ୱ ଦିଆ ଯାଇଛି । ବର୍ଷେ ମଧ୍ୟରେ ରାଜ୍ୟରେ ୪୨ହଜାର ରୁ ଉର୍ଦ୍ଧ ସରକାରୀ ଚାକିରୀ ଦିଆ ଯାଇଛି । ୫ବର୍ଷ ଭିତରେ ୫ଲକ୍ଷ ଚାକିରୀ ଦେବା ପାଇଁ ପ୍ରତିଶୃତି ଦେଇ ଥିଲୁ ତାହା ମଧ୍ୟ ପୂର୍ଣ୍ଣ ହେବ ବୋଲି ମତବ୍ୟକ୍ତ କରିଛନ୍ତି ଆଇନମନ୍ତ୍ରୀ । ଆସନ୍ତା ୨୦ ତାରିଖ ସୁଦ୍ଧା ଆଉ ଏକ ବୃହତ ନିଯୁକ୍ତି ମେଳାର ଆୟୋଜନ ପାଇଁ ଯୋଜନା ଅଛି । ଏହାସହ ଚଳିତ ମାସ ରେ ଏକ ହଜାର କନିଷ୍ଠ ଯନ୍ତ୍ରୀ ଙ୍କୁ ନିଯୁକ୍ତି ଦିଆ ଯିବ। ବ୍ୟାପକ ଭାବେ ଶିଳ୍ପାୟାନ ଅବିବୃଦ୍ଧି ପାଇଁ ୧୭ଲକ୍ଷ୍ କୋଟି ଟଙ୍କାର MOU ହୋଇଛି । ୧୦ ଲକ୍ଷ କୋଟିର ପୁଞ୍ଜି ନିବେଶ ର ପ୍ରତିଶୃତି କମ୍ପାନୀ ଗୁଡିକ ପକ୍ଷରୁ ଦିଆ ଯାଇଛି। ଏହାଦ୍ୱାରା ୧୫ଲକ୍ଷ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ୨୦୩୬ସୁଦ୍ଧା ଓଡିଶା ର ରାସ୍ତାର ନେଟୱର୍କ କିପରି ହେବ ତାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ୨୦୪୭ ପାଇଁ ମଧ୍ୟ ବିକାଶର ଏକ ସ୍ୱତନ୍ତ୍ର ଲକ୍ଷ ରଖା ଯାଇଥିବା କହିଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହାବ୍ୟତୀତ ଆସନ୍ତା ଦିନ ରେ ରାଜ୍ୟରେ ୯ହଜାର କିଲୋମିଟରର ନୂଆ ରାସ୍ତା ତିଆରି ହେବ।ସେଥିମଧ୍ୟରୁ ୬ହଜାର କିଲୋମିଟରର ରାଜ୍ୟ ରାଜପଥ ହେବ। ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି କି ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ସରକାର ବୃହତ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ୬୮ଟି କୋର୍ଟ ଖୋଲା ଯାଇଛି। ଆସନ୍ତା ବର୍ଷ ସୁଦ୍ଧା ପ୍ରତିଟି ବ୍ଲକରେ କୋର୍ଟ ପ୍ରତିଷ୍ଠା ହେବ। ସରକାର ରହିଲେ ବିରୋଧୀ ଦଳ ରହିବ ତେଣୁ ବିରୋଧୀ ଦଳ ଆଖିରେ ଅନ୍ଧପୁଟୁଳି ବାନ୍ଧିଲା ପରି ଲାଗୁଛି ବୋଲି କହିଛନ୍ତି ଆଇନମନ୍ତ୍ରୀ ।
