ଜୁନ ୧୨ ଆଜିର ଦିନରେ ଓଡ଼ିଶାରେ ବଦଳିଥିଲା ସରକାର।

ଜୁନ ୧୨ ଆଜିର ଦିନରେ ଓଡ଼ିଶାରେ ବଦଳିଥିଲା ସରକାର ।
ନଏଜ ଓଡିଶା: ତାରିଖ ଥିଲା ଜୁନ ୧୨, ୨୦୨୪ , ଯାହା ଥିଲା ଓଡିଶା ରାଜନୀତି ପାଇଁ ଏକ ସ୍ମରଣୀୟ ଦିନ । ଗୋଟିଏ ପଟେ ଓଡ଼ିଶାରେ ଦୀର୍ଘ ୨୪ ବର୍ଷ ନିରବଛିନ୍ନ ଭାବରେ ଶାସନ କରିଆସୁଥିବା ନବୀନ ସରକାରଙ୍କର ଅବସାନ ଘଟିଥିଲେ ଏବଂ ଅନ୍ୟପଟେ ରାଜ୍ୟ ଦେଖିଥିଲା ନୂଆ ମୁଖ୍ୟମନ୍ତୀଙ୍କୁ  । ନବୀନ କ୍ଷମତାରୁ ଦୁରେଇ ଯାଉଥିବା ବେଳେ ନୂଆ ଆଶା ଓ ନୂଆ ଓଡିଶା ଗଠନର ସ୍ବପ୍ନ ନେଇ ଶପଥ ନେଉଥିଲେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀ  ।


ଯେଉଁ ଦଳକୁ ୨୦୦୮ ମସିହାରେ ନବୀନ ନିଜଠାରୁ ଦୁରେଇ ଦେଇ ଏକା ଏକା ନିର୍ବାଚନ ଲଢ଼ିଥିଲେ ସମୟ କ୍ରମେ ସେହି ଦଳ ୨୦୨୪ରେ ନବୀନଙ୍କ ବିଜେଡିକୁ ହରେଇ ଓଡ଼ିଶାରେ ସରକାର ଗଠନ କଲା  । ଜୁନ ୪ରେ ଆସିଥିବା ଜନମତ ବିଜେପି ସପକ୍ଷରେ ଯାଇଥିଲା  । ଯେଉଁଥିପାଇଁ ନବୀନ ବାହାରିଯାଇଥିଲେ ରାଜଭବନ  । ସେଠାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତପା ଦେଇ ନୂଆ ସରକାର ପାଇଁ ବାଟ ଛାଡିଦେଲେ  ।
ପରେପରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ କିଏ ବୋଲି ଅନେକ ଚର୍ଚା ହେଲା  । ଅନେକ ନାଁ ଆସିଲା  । ଜୁନ ୧୧ ତାରିଖ ୨୦୨୪ରେ ଓଡିଶା ବିଜେପି ପାର୍ଟି ଅଫିସରେ ବସିଲା ବିଧାୟକମାନଙ୍କ ବୈଠକ  । ଏବଂ ଶେଷରେ ନବୀନଙ୍କ ପରେ ମୋହନ ମାଝୀ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ନିଷ୍ପତି ନିଆଗଲା । ଏଥିସହିତ ସେହିଦିନ ମୋହନଙ୍କ ସହିତ ଉପ ମୁଖ୍ୟମନ୍ତ୍ରୀ ଭାବେ ପ୍ରଭାତୀ ପରିଡା ଆଉ କେଭି ସିଂ ଦେଓ ଙ୍କ ନାଁରେ ମଧ୍ୟ ମୋହର ବାଜିଲା ।ଜୁନ ୧୨ , ୨୦୨୪ ଠିକ ଆଜିର ଦିନରେ ଜନତା ମୈଦାନରେ ଆୟୋଜିତ ହୋଇଥିଲା ଭବ୍ୟ ଶପଥ ଗ୍ରହଣ ସମାରୋହ  ।
ଜୁନ ୧୨ , ୨୦୨୪ ରୁ ଜୁନ ୧୨ , ୨୦୨୫ ସମାନ ଏକବର୍ଷ ଭିତରେ ଅନେକ ବଡ ବଡ ନିଷ୍ପତି ନେଇଛି ବିଜେପି ସରକାର  । ଅନେକ ଯୋଜନା କାର୍ଯ୍ୟକାରୀ ହୋଇଛି , ଅନେକ ଯୋଜନା କାର୍ଯ୍ୟକାରୀ ହେବାକୁ ମଧ୍ୟ ବାକି ରହିଛି  । ସେହିସବୁ ଯୋଜନାର ସଫଳ ରୂପାୟନ ବାକି ୪ ବର୍ଷ ରେ କିପରି ହେଉଛି ତାହା ଦେଖିବାକୁ ବାକି ରହିଲା  ।

Leave a Reply

Your email address will not be published. Required fields are marked *