ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଇଁ ପ୍ରସ୍ତୁତି ବୈଠକ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସକୁ ଗୁରୁତ୍ୱ ସହ ପାଳନ ପାଇଁ ନିମାପଡାରେ ଆରମ୍ଭ ହୋଇଛି ପ୍ରସ୍ତୁତି। ଏନେଇ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ।ଆସନ୍ତା ୧୭ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳନ ପାଇଁ ନିମାପଡା ରବୀନ୍ଦ୍ର ମଣ୍ଡପରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ନିମାପଡା ନିର୍ବାଚନ ମଣ୍ଡଳୀର ସଂଗଠନିକ ନେତୃତ୍ୱ ସୁବ୍ରତ ଛାଟୋଇ, ପୁରୀ ଜିଲ୍ଲା ବିଜେଡ଼ି ମହିଳା ସଭାପତି କସ୍ତୁରୀ ବାଳା ସ୍ବାଇଁ, ନିମାପଡା ବ୍ଲକ ସଭାପତି ଭାଗିରଥୀ ଖଟୋଇ ସମେତ ବିଭିନ୍ନ ପଞ୍ଚାୟତର ନେତୃତ୍ୱ ଉପସ୍ଥିତ ଥିଲେ।ବୈଠକରେ ତିରୋଧାନ ଦିବସକୁ ସାର୍ଥକ ଓ ସମ୍ମାନଜନକ ଭାବରେ ପାଳନ କରିବାକୁ ବିଭିନ୍ନ କାର୍ୟକ୍ରମ ଉପରେ ଆଲୋଚନା ହୋଇଥିଲା।ସେଦିନ ନିମାପଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଫଳ ବଣ୍ଟନ, ରକ୍ତଦାନ ଶିବିର ଓ ସାମାଜିକ ସେବାମୂଳକ କାର୍ୟକ୍ରମ ଆୟୋଜନ କରିବାକୁ ସିଦ୍ଧାନ୍ତ ଗ୍ରହଣ କରାଯାଇଛି।ଏହା ସହିତ ନିମାପଡା ଟାଉନ୍ ହଲ୍ ଠାରେ ଏକ ସ୍ମୃତି ସଭା ଆୟୋଜନ କରାଯିବା ସହ ବିଜୁ ପଟ୍ଟନାୟକଙ୍କ ଜୀବନ ଓ ଅବଦାନ ଉପରେ ଆଲୋଚନା କରାଯିବ।

Leave a Reply

Your email address will not be published. Required fields are marked *