ରାଜଧାନୀରେ ଡରାଉଛି ଡେଙ୍ଗୁ।

ରାଜଧାନୀରେ ଡରାଉଛି ଡେଙ୍ଗୁ। ଡେଙ୍ଗୁ ଦମନ ଲାଗି ଅଣ୍ଟା ଭିଡିଲା ବିଏମସି। ଏଥର ଡ୍ରୋନରେ ମଶା ଦମନ ନୁହେଁ। ଡେଙ୍ଗୁ ପାଇଁ ବିଏମ୍ସି କରିବ ଜିଓ ଟ୍ୟାଗିଂ  । ସ୍ବତନ୍ତ୍ର ଆପ୍ ଜରିଆରେ ହଟସ୍ପଟ ଚିହ୍ନଟ କରି ଫଟୋ ଅପ୍ଲୋଡ କରି ସଚେତନତା  କରିବା ସହିତ ସର୍ଭେଲାନ୍ସକୁ କାର୍ଯ୍ୟକ୍ଷମ କରିବାକୁ ବିଏମ୍ସି ଯୋଜନା କରିଛି ।ଡେଙ୍ଗୁ ନିୟନ୍ତ୍ରଣ ଓ ଜନ ସଚେତନତା ଲାଗି ବିଏମ୍ସି ପକ୍ଷରୁ ନୂଆ ଟେକ୍ନୋଲୋଜି ଦ୍ଵାରା ଡେଙ୍ଗୁ ପ୍ରବଣ ଅଞ୍ଚଳକୁ ଜିଓ ଟ୍ୟାଗିଂ କରିବାକୁ ଯୋଜନା କରିଛି । ଏଥିଲାଗି ବିଏମ୍ସି ପରିମଳ ଓ ଆଇଟି ବିଭାଗ ମିଳିତ ଭାବେ ଏକ ସ୍ବତନ୍ତ୍ର ଆପ୍ ପ୍ରସ୍ତୁତ କରିବାକୁ ଯାଉଛନ୍ତି। ଅଧିକ ମଶା ହେଉଥିବା ସ୍ଥାନକୁ ପ୍ରଥମେ ଚିହ୍ନଟ କରାଯିବ। ସର୍ଭେଲାନ୍ସ ଟିମ୍, ଆଶା, ଅଙ୍ଗନବାଡ଼ି କର୍ମଚାରୀ ମିଳିତ ଭାବେ ଏହି ଅଞ୍ଚଳ ପରିଦର୍ଶନ କରିବେ। ଏହି ଅଞ୍ଚଳର ଫଟୋ ଅକ୍ଷାଂଶ, ଦ୍ରାଘିମା, ତାରିଖ ଏବଂ ସମୟ ସହ ଅପ୍ଲୋଡ କରାଯିବ। ଏହାକୁ ରେଡ୍ ମ୍ୟାପିଂ କରି ଚିହ୍ନଟ କରାଯିବ। ଏହାପରେ ସ୍ବତନ୍ତ୍ର ଆପ୍ ଜରିଆରେ ଏହି ଅଞ୍ଚଳର ଫଟୋ ଅପ୍ଲୋଡ ହେବ ।ଜିଆଇ ହେଉଛି ଜିଓଗ୍ରାଫିକାଲ ଇନଫରମେସନ। ବିଏମ୍ସି ପକ୍ଷରୁ ମଶାପ୍ରବଣ ସ୍ଥାନ ଚିହ୍ନଟ ହେବା ପରେ ଜଣେ ସାଧାରଣ ଲୋକ କେଉଁ ଅଞ୍ଚଳରେ ରୋଗୀ ସଂଖ୍ୟା ଅଧିକ ରହିଛି ଏହି ଆପ୍ ଜରିଆରେ ଜାଣି ପାରିବ। ଫଳରେ ଅଧିକ ସତର୍କ ହୋଇ ପାରିବ ବୋଲି ବିଏମ୍ସି କମିଶମନର କହିଛନ୍ତି।
ଏପରିକି ଆପ୍ ଜରିଆରେ ଜଣେ ସାଧାରଣ ଲୋକ ଅଭିଯୋଗ ମଧ୍ୟ କରି ପାରିବେ। ଅଭିଯୋଗ ଆସିବା ମାତ୍ରେ ବିଏମ୍ସି କୁଇକ୍  ଆକ୍ସନ ଟିମ୍ ଏବଂ ସର୍ଭେଲାନ୍ସ ଟିମ୍ ଘଟଣା ସ୍ଥଳ ପରିଦର୍ଶନ କରିବେ। ପ୍ରତି ଗୁରୁବାର ପରି ଭୁବନେଶ୍ବରର ଡ୍ରାଏ-ଡେ ପାଳନ ହୋଇଛି। ୫୪ ନମ୍ବର ୱ୍ବାର୍ଡରେ ସ୍ବଛସାଥୀ, ଏନଜିଓ ସହୟାତାରେ ସଚେତନତା କରିଛନ୍ତି କର୍ପୋରେଟର ସନ୍ତୋଷ ସିଂ। ମଶା ଲାର୍ଭା କେମିତ ନ ହେବ ମଶା ତେଲ ପକାଇବା ସହିତ  ସ୍ପେ କରୁଛନ୍ତି। ସେହିଭଳି ୩୫ ନମ୍ବର ୱାର୍ଡରେ କର୍ପୋରେଟର ଗଳି କନ୍ଦିରେ ଛିଡା ହୋଇ ସଫେଇ କରାଉଛନ୍ତି। ଏହା ସହ ପାଣି ଜମିଥିବା ସ୍ଥାନରେ  ମଶା ତେଲ ଓ ମେଡିସିନ ସ୍ପେ କରୁଛନ୍ତି ।ପୂର୍ବରୁ ମଶା ଦମନ କରିବାକୁ ବିଏମ୍ସି ପକ୍ଷରୁ ଡ୍ରୋନ୍ ସାହାଯ୍ୟରେ  ଔଷଧ ସିଞ୍ଚନ କରିଥିଲା। କିନ୍ତୁ ଡେଙ୍ଗୁ ନିରାକରଣ ସମ୍ଭବ ହେଲା ନାହିଁ। ଏବେ ପୁଣି ଡେଙ୍ଗୁ ହଟସ୍ପଟ ଚିହ୍ନଟ କରିବାକୁ ବିଏମ୍ସି ପକ୍ଷରୁ ଜିଓ ଟ୍ୟାଗିଂ କରିବାକୁ ଯୋଜନା ହେଉଛି । ଏହା କେତେ ଫଳପ୍ରଦ ହେବ ତାକୁ ନେଇ ପ୍ରଶ୍ନ । ବିଏମ୍ସିରେ ଡେଙ୍ଗୁ ରୋଗୀ ସଂଖ୍ୟା ବର୍ତ୍ତମାନ ୨୦୦ ପାର ହୋଇଛି।

Leave a Reply

Your email address will not be published. Required fields are marked *