୮ ଜିଲ୍ଲାକୁ କଲବଲ କରୁଛି ହଇଜା ।

Diarrhea Outbreak Spreads to Eight Districts in Odisha

ନଏଜ ଓଡିଶା: ବେଳକୁ ବେଳ ରାଜ୍ୟରେ ଅଣାୟତ ହେଲାଣି ହଇଜା । ଗୋଟିଏ ପରେ ଗୋଟିଏ ଜିଲ୍ଲା ଏବେ ଡାଇରିଆରେ ଆକ୍ରାନ୍ତ । ସୂଚନା ମୁତାବକ ବାଲେଶ୍ୱର ଜିଲ୍ଲାର ସୋରରେ ମଧ୍ୟ ଡାଇରିଆ ରେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି ଯାଜପୁରରେ ଝାଡ଼ାବାନ୍ତି ଜନିତ ମୃତ୍ୟୁ ସଂଖ୍ୟା ବଢିଛି । ଯାଜପୁର ରୋଡ଼ ମେଡିକାଲ ରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ବେସରକାରୀ ଭାବରେ ଯାଜପୁର ଜିଲାରେ ୧୬ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । କିନ୍ତୁ ସରକାରୀ ଭାବରେ ଏହି ସଂଖ୍ୟା ୭ ରହିଛି । ଅନ୍ୟପଟେ କେନ୍ଦୁଝର ଜିଲାରେ ୩ ଜଣ, କଟକରେ ୨ଜଣ ଏବଂ କେନ୍ଦ୍ରାପଡାରେ ଜଣଙ୍କର ଡାଇରିଆ ରେ ମୃତ୍ୟୁ ହୋଇଛି ।
ସେହିପରି ବର୍ତମାନ ସୁଦ୍ଧା ରାଜ୍ୟର ୮ ଜିଲ୍ଲାରେ ବ୍ୟାପଇସାରିଛି ଡାଇରିଆ । ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, କଟକ, ଢେଙ୍କାନାଳ, କେନ୍ଦୁଝର, ପୁରୀ ଓ ବାଲେଶ୍ୱରରେ ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି । ରାଜ୍ୟର ସମସ୍ତ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର ।
ଏପଟେ ଲୋକସଭା ଭବନରେ ସ୍ୱାସ୍ଥ୍ୟ ସଚିବଙ୍କ ସହିତ ସମୀକ୍ଷା ବୈଠକ କରିଛି କେନ୍ଦ୍ରୀୟ ଟିମ । ରାଜ୍ୟରେ ଡାଇରିଆ ସ୍ଥିତିକୁ ପରଖିବାକୁ ଗ୍ରାଉଣ୍ଡ ଜିରୋ କୁ ଯାଇ ତଥ୍ୟ ସଂଗ୍ରହ କରିଥିଲା କେନ୍ଦ୍ରୀୟ ଟିମ ।

Leave a Reply

Your email address will not be published. Required fields are marked *