୨୦ରେ ଖୋଲିବନି ସ୍କୁଲ

ନଏଜ ଓଡିଶା: ଦୀର୍ଘ ଦିନ ଗ୍ରୀଷ୍ମ ଛୁଟି ପରେ ଆସନ୍ତା ୨୦ ତାରିଖରେ ସ୍କୁଲ ଖୋଲିବାର ନିଷ୍ପତି ନେଇଥିଲେ ରାଜ୍ୟ ସରକାର । ଯାହାକୁ ନେଇ ଶିକ୍ଷକ, ଅବିଭାବକ ଓ ଛାତ୍ର ଛାତ୍ରୀଙ୍କ ମହଲରେ ଉତ୍ସାହ ଦେଖିବାକୁ ମିଳିଥିଲା । କିନ୍ତୁ ୨୦ ତାରିଖରେ ଖୋଲିବନି ବିଦ୍ୟାଳୟ । ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଆସିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରୋଡ଼ ସୋ କାର୍ଯ୍ୟକ୍ରମ ଥିବାରୁ ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟା ଆଶଙ୍କା କରି ସ୍କୁଲ ଛୁଟି ପାଇଁ ନିଷ୍ପତି ନେଇଛି ଗଣଶିକ୍ଷା ବିଭାଗ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଖୋର୍ଦ୍ଧା ଓ କଟକ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି କରାଯାଇଛି ।
ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଜୁନ ୨୦ ତାରିଖ ଅପରାହ୍ନ ୩ଟା ୪୦ ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୩ଟା ୪୫ରୁ ୪ଟା ୧୫ ପର୍ଯ୍ୟନ୍ତ ବିମାନବନ୍ଦର ଠାରୁ ଜନତା ମୈଦାନ ପର୍ଯ୍ୟନ୍ତ ରୋଡ଼ ସୋ କରାଯିବ । ଅପରାହ୍ନ ୫ଟା ପର୍ଯ୍ୟନ୍ତ ରାଜ୍ୟ ବିଜେପି ସରକାରର ପ୍ରଥମ ବର୍ଷ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ ହେବ ।
ସେଥିପାଇଁ ଜୁନ ୨୦ ତାରିଖରେ ଦ୍ୱୈତ ନଗରୀ ଭୁବନେଶ୍ୱର ଓ କଟକରେ ସ୍କୁଲ ବନ୍ଦ ରହିବ ଏବଂ ରାଜ୍ୟର ଅନ୍ୟ ସମସ୍ତ ବିଦ୍ୟାଳୟ ଗୁଡିକ ଖୋଲା ରହିବ ।

Leave a Reply

Your email address will not be published. Required fields are marked *