ନଏଜ ଓଡିଶା: କେବଳ ଶରୀର ନୁହେଁ, ମାନସିକ ଶାନ୍ତି ଓ ଏକାଗ୍ରତା ବୃଦ୍ଧି ପାଇଁ ଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ସାରା ବିଶ୍ୱରେ ଯୋଗ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଆଜିର ଦିନକୁ ଅର୍ଥାତ୍ ଜୁନ୍ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଇଥାଏ ।
ଏହି ପରିପ୍ରେକ୍ଷୀରେ ଉମାଶଙ୍କର ଯୋଗାଶ୍ରମରେ ଯୋଗ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ନିମାପଡ଼ା ତହସିଲଦାର ଶ୍ରୀଯୁକ୍ତ ମନୋଜ ପ୍ରଧାନ, ଅଣ୍ଢଆ ସହି ଗ୍ରାମ ମଙ୍ଗଳ ସମିତି ସଭାପତି ବିବେକାନନ୍ଦ ପାତ୍ର, ନିମାପଡା ମେଡିକାଲର ଫାର୍ମାସିଷ୍ଟ ଆଇ. ତ୍ରିନାଥ ପାତ୍ର, ଯୋଗ ମହୋତ୍ସବ ସମିତି ସଂଯୋଜକ ସତ୍ୟ ନାରାୟଣ ମିଶ୍ର, ଭାଗିରଥି ଓଝା, ମୁନୁ ଅଗ୍ରୱାଲ, ତପନ ପ୍ରଧାନ,ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ଭୀଷ୍ମ ନାରାୟଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ଯୋଗ ଗୁରୁ ସ୍ୱାର୍ନେଶ୍ୱର ମୁଦୁଲି, ପୂଜା, ଅମୁଲ୍ୟ, ଦେବାଶିଷ ପ୍ରଧାନ ପ୍ରମୁଖ ଯୋଗ ଶିକ୍ଷା ଦେଇଥିଲେ । ନିର୍ଦେଶକ ଉମାଶଙ୍କର ଆଚାର୍ଯ୍ୟ ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । ସବୁଠୁ ବଡ଼ ହେଉଛି, ଉମାଶଙ୍କର ଯୋଗାଶ୍ରମରେ ଯୋଗ ଶିକ୍ଷାରେ ଉତୀର୍ଣ୍ଣ ହୋଇ ୩୭ଜଣ ଛାତ୍ର /ଛାତ୍ରୀ ଆତ୍ମ ନିଯୁକ୍ତି ମଧ୍ୟ ପାଇ ସାରିଛନ୍ତି । ସେଥିପାଇଁ ଖୁସିର ଲହରୀ ଖେଳି ଯାଇଛି । ଆଜିର ଆନ୍ତର୍ଜାତୀୟ ଯୋଗ ଦେବସରେ ପାଖ ପାଖି ୧୫0 ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।
ଉମାଶଙ୍କର ଯୋଗାଶ୍ରମରେ ଯୋଗ ଦିବସ ପାଳିତ
