ଲୋକଙ୍କ ସମସ୍ୟା ଶୁଣିଲେ ଲୋକଙ୍କ ସରକାର

ନଏଜ ଓଡିଶା : ସାଧାରଣ ଲୋକଙ୍କ ସମସ୍ୟା ଶୁଣି ତାର ସ୍ଥାୟୀ ସମାଧାନ କରିବା ପାଇଁ ଆଜି ନିମାପଡ଼ା ଟାଉନ ହଲ ଠାରେ ପ୍ରଥମ ଥର ପାଇଁ ଅଭିଯୋଗ ପ୍ରକୋଷ୍ଠ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ନିମାପଡ଼ାର ବିଧାୟିକା ତଥା ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ନିମାପଡ଼ାର ବିଭିନ୍ନ ସ୍ଥାନରୁ ଆସିଥିବା ଜନସାଧାରଣଙ୍କ ସମସ୍ୟା ଓ ଅଭିଯୋଗଗୁଡିକୁ ଶୁଣି ସେଗୁଡିକର ସମାଧାନ କରିବା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି କହିଛନ୍ତି । ନିମାପଡା ଏନ.ଏ.ସି. ର ୧୧ ଟି ୱାର୍ଡର ଜନ ସାଧାରଣଙ୍କ ଠାରୁ ଲିଖିତ ଅଭିଯୋଗ ଗ୍ରହଣ କରିଥିଲେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା । ଏହି ଅଭିଯୋଗ ପ୍ରକୋଷ୍ଠ ଶିବିରରେ ନିମାପଡାର ତହସିଲଦାର ମନୋଜ ପ୍ରଧାନ ଏବଂ ମଣ୍ଡଳ ଉନ୍ନୟନ ଅଧିକାରୀ ଡ଼ଃ. ଅଭିଜିତ ଷଡ଼ଙ୍ଗୀଙ୍କ ସମେତ ଏନ.ଏ.ସି. ଆଦକ୍ଷା ମଧ୍ୟ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *