ଶିକ୍ଷକ ଆଭାରୁ ଛାତ୍ର ଛାତ୍ରୀଙ୍କୁ ସ୍କୁଲ ବନ୍ଦ କରି ଗେଟ୍ ସମ୍ମୁଖରେ ପ୍ରତିବାଦ କଲେ ଅଭିଭାବକ।

ନଏଜ ଓଡିଶା: ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଧୀନ ରୁପୁଦେଇପୁର ପଞ୍ଚାୟତ ଖଣ୍ଡାୟତ ପାଟଣା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବରୁ ଛାତ୍ର ଛାତ୍ରୀଙ୍କୁ ସ୍କୁଲ ବନ୍ଦ କରି ଗେଟ୍ ସମ୍ମୁଖରେ ଶତାଧିକ ଅଭିଭାବକଙ୍କ ପ୍ରତିବାଦ। ସ୍କୁଲରେ ଶିକ୍ଷକ ଅଛନ୍ତି ହେଲେ ଛାତ୍ର ଛାତ୍ରୀ ନଆସିବାରୁ ଶ୍ରେଣୀ ଗୃହ ପଡ଼ିଛି ଫାଙ୍କା। ସୂଚନା ଅନୁଯାୟୀ ଏହି ସ୍କୁଲରେ ୮ଟି ଶ୍ରେଣୀକୁ ୫ଜଣ ଶିକ୍ଷକ ଶିକ୍ଷୟତ୍ରୀ ଥିବା ବେଳେ ଜଣେ ଶିକ୍ଷୟତ୍ରୀଙ୍କୁ ଡେପୁଟେଶନରେ ଅନ୍ୟ ଏକ ସ୍କୁଲକୁ ପଠାଯାଇଛି। ସେହିପରି ୨ମାସ ତଳେ ମଧ୍ୟ ଦୁଇଜଣ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି। ସ୍କୁଲରେ ୧୦୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅଧ୍ୟୟନ ରତ ଥିବା ବେଳେ ପ୍ରଧାନ ଶିକ୍ଷକଙ୍କୁ ମିଶାଇ ବର୍ତ୍ତମାନ ମାତ୍ର ୪ଜଣ ଶିକ୍ଷକ। ଯାହାକି ସ୍କୁଲରେ ଶିକ୍ଷାଦାନ କ୍ଷେତ୍ରରେ ବ୍ୟାପକ ସମସ୍ୟା ସୃଷ୍ଟି କରିଥିବା ବେଳେ ଆଜି ତାହାରି ପ୍ରତିବାଦରେ ଶତାଧିକ ଅଭିଭାବକ ମାନେ ଏକତ୍ରିତ ହେବା ସହ ନିଜ ପିଲା ମାନଙ୍କୁ ସମ୍ପୂର୍ଣ ସ୍କୁଲ ବନ୍ଦ କରିବା ସହିତ ଗେଟ୍ ସମ୍ମୁଖରେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *