ନଏଜ ଓଡିଶା: ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣା ରାଜ୍ୟ ସରକାରଙ୍କ ନ୍ୟାୟ ପ୍ରଦାନ ଉପରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯୌନ ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ ପରେବି କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଏବଂ ପରବର୍ତୀ ସମୟରେ ଛାତ୍ରୀ ଜଣକ ଆତ୍ମାହୂତି ଭଳି ଏକ ଚରମ ନିଷ୍ପତି ନେବା ଘଟଣା ଆଜି ସାରା ଓଡ଼ିଶାକୁ ଦୋହଲାଇ ଦେଇଛି । ପ୍ରଥମେ ନ୍ୟାୟ ପାଇଁ ଆଉ ଏହାପରେ ଜୀବନ ଯୁଦ୍ଧରେ ସଂଗ୍ରାମ କରି କିପରି ସୌମ୍ୟାଶ୍ରୀ ହାରିଗଲା ତାହା ରାଜ୍ୟବାସୀଙ୍କୁ ବିଚଳିତ କରିଛି ।
ଗତକାଲି ବିଳମ୍ବିତ ରାତ୍ରୀରେ ଭୁବନେଶ୍ବର ଏମ୍ସ ମେଡିକାଲରେ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ହେବା ପରେ ଆଜି ସକାଳେ ଭୋଗରାଇର ପଳାସିଆରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତେବେ ଏହି ଘଟଣାକୁ ନେଇ ସାରା ରାଜ୍ୟ ଦୁଃଖରେ ଭାଙ୍ଗିପଡିଥିବା ବେଳେ ନିମାପଡ଼ା ଛାତ୍ର ବିଜେଡ଼ି ବିକ୍ଷୋଭ ପ୍ରଦର୍ଶନ କରିଛି । ନିମାପଡ଼ା ଦୋଳ ବେଦି ଛକ ଠାରେ ଛାତ୍ର ବିଜେଡ଼ି ଏବଂ ଶତାଧିକ ବିଜେଡ଼ି କର୍ମୀ ଓ ରାଜନୈତିକ ନେତୃବୃନ୍ଦ ରାସ୍ତା ଉପରେ ଟାୟାର ଜାଳି ରାସ୍ତାରୋକ କରିଥିବା ସହିତ ଏହି ଘଟଣାକୁ ଦୃଢ଼ ନିନ୍ଦା କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
