ପୁରୀ ଜିଲା ବଳଙ୍ଗା ଥାନା ବାୟାବର ନୂଆ ଗୋପାଳପୁର ଗାଁରେ ଶନିବାର ଅର୍ଥାତ୍ ଆଜି ସକାଳ ୮.୩୦ରୁ ୯ମଧ୍ୟରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମାଇନରଟି ସେଲର ନାବାଳିକାଙ୍କ ଦେହରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ୩ ଜଣ ଦୁର୍ବୃତ୍ତ ଏହି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ଗୁରୁତର ଛାତ୍ରୀଙ୍କୁ ତୁରନ୍ତ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ପିପିଲିରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବକ, ଛାତ୍ରୀ ଜଣଙ୍କ ଚାଲି ଚାଲି ଅନ୍ୟ ଜଣେ ନାଁ ବାଳିକା ସାଙ୍ଗ ସହିତ ପାଖରେ ରହୁଥିବା ଜଣେ ବନ୍ଧୁଙ୍କ ଘରକୁ ଯିବା ବେଳେ ଏଭଳି କାଣ୍ଡ ଘଟିଚି ।ସାଙ୍ଗରେ ଯାଉଥିବା ନାଁ ବାଳିକା ସାଙ୍ଗ ଜଣଙ୍କ ଏକ ଫୋନ କଲ୍ ପାଇବା ପରେ ପୀଡ଼ିତାଙ୍କୁ ଅଧ ବାଟରେ ଛାଡ଼ି କାମ ଅଛି କହି ଚାଲି ଯାଇଥିଲେ।ପୀଡ଼ିତା ଜଣଙ୍କ ସେଠାରୁ ଏକା କେନାଲ ରାସ୍ତାରେ ୨୦ରୁ ୩୦ମିଟର ଗଲା ପରେ ଏକ ନିଛାଟିଆ ସ୍ଥାନରେ ଏହିଭଳି ଘଟଣା ଘଟିଥିଲା।ତେବେ ଘଟଣା ସ୍ଥଳରେ ବଳଙ୍ଗା ପୋଲିସ ଏବଂ ସାଇଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ କରିଥିବା ବେଳେ ପରେ ପରେ ସନ୍ଧାନି କୁକୁର ମଧ୍ୟ ଅଣାଯାଇଥିଲା।ଅନେକ ଗୁରୁତପୂର୍ଣ୍ଣ ପ୍ରମାଣ ପୋଲିସ ହାତରେ ଲାଗିଚି ତଥା ଏକ ହାତ ମୁଦି,ହାତର କାଚ,ଜାଳି ଯାଇଥିବା କପଡା ଏବଂ ୨ଟି କିରୋସିନ ବୋତଲ ସହିତ ଅନେକ ଗୁରୁତ୍ଵ ପୂର୍ଣ୍ଣ ଜିନିଷ ଲାଗିଥିବା ଜଣାପଡ଼ିଛି।ସମସ୍ତ ପ୍ରମାଣ ପୋଲିସ ହସ୍ତଗତ ହେବା ପରେ ପୁରୀ sp ପିନାକ ମିଶ୍ର,ଦକ୍ଷିଣା ଅଞ୍ଚଳ ଆଇ ଜି ପ୍ରବୀଣ କୁମାର ମଧ୍ୟ ଘଟଣା ସ୍ଥଳ ପରିଦର୍ଶନ କରିବା ସହିତ ପୀଡ଼ିତାଙ୍କ ଘର ନିକଟକୁ ଯାଇ ଅଧିକ ପଚରା ଉଚରା କରିଥିଲେ।ନିଆଁ ଲାଗିବା ପରେ ସେଠାରୁ ୫୦ମିଟର ଦୂରରେ ରହୁଥିବା ଅଞ୍ଚଳ ବାସିନ୍ଦା ଦୁଃଖୀରାମ ସେନାପତିଙ୍କ ଘରେ ଅଧା ଜଳା ଅବସ୍ଥାରେ ଯୁବତୀ ପହଞ୍ଚି ଥିଲେ ତାଙ୍କ ଅବସ୍ଥା ଦେଖି ଦୁଃଖୀରାମ ଓ ତାଙ୍କ ପତ୍ନୀ ତାଙ୍କ ଦେହରୁ ସମ୍ପୂର୍ଣ ନିଆଁ ଲିଭାଇବା ସହ ତାଙ୍କୁ ପାଣି ପୁଆଇ ତାଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଏହି ଘଟଣା ପରେ ବଳଙ୍ଗା ବାଇଆବର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।
ନାବାଳିକାଙ୍କ ଦେହରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି ୩ ଜଣ ଦୁର୍ବୃତ୍ତ
