ନଏଜ ଓଡିଶା: ଖସିଗଲେ ନାଁ ଖସେଇଦେଲେ । ତାହା ପୁଣି ବିଳମ୍ବିତ ରାତିରେ ନୁହେଁ । ପୋଲିସକୁ ଚକମା ଦେଖାଇ ଫେରାର ମାରିଲେ ଦୁଇ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଗୋପ ଥାନାରେ । ଥାନାରେ ପୋଲିସ ମୁତୟନ ଥାଇ ମଧ୍ୟ ଫେରାର ହୋଇଗଲେ ଦୁଇ ଅଭିଯୁକ୍ତ । ସୂଚନା ଅନୁଯାୟୀ ଗତ ୨୫.୭.୨୫ ତାରିଖରେ ଗୋପ ସୋରିଶିଆପଦା ଅଞ୍ଚଳର ମନୋରଞ୍ଜନ ଦାସ ନାମକ ଜଣେ ଯୁବକ ତାଙ୍କ ଦୋକାନରୁ ଚୋରି ହୋଇଥିବା ଅଭିଯୋଗ ଥାନାରେ କରିଥିଲେ।ପୋଲିସ ଅଭିଯୋଗ ଆଧାରରେ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହିତ ସେଠାରେ ଲାଗିଥିବା ସିସିଟିଭି ଯାଞ୍ଚ କରିଥିଲା ଆଉ ସିସିଟିଭି ଆଧାରରେ ଆଜି ସ୍ଥାନୀୟ ସୁଦରେଇ ଅଞ୍ଚଳରୁ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।ଆଜି ରାତ୍ରି ପ୍ରାୟ ୯ଟା ରୁ ୯.୩୦ ମଧ୍ୟରେ ଦୁଇଜଣ ପରିସ୍ରା ଯିବା ବାହାନା କରି ଲାଟିନ ଝରକା ଭାଙ୍ଗି ଫେରାର ହୋଇଯାଇଥିବା ଜଣାପଡ଼ିଛି।ତେବେ ଏତେ ଜଣ ପୋଲିସ ଥାନାରେ ଉପସ୍ଥିତ ଥାଇ କିଭଳି ଅଭିଯୁକ୍ତ ମାନେ ଫେରାର ହୋଇଗଲେ ତାହା ଏବେ ଗୋପ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି।ଘଟଣାଟି ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପୋଲିସ ବର୍ତ୍ତମାନ ସୁଦ୍ଧା ମଧ୍ୟ ଦୁଇଜଣ ଅଭିଯୁକ୍ତଙ୍କୁ ଟେର ପାଇନଥିବା ଜଣାପଡ଼ିଛି।
ଖସିଗଲେ ନାଁ ଖସେଇଦେଲେ ? ଗୋପ ଥାନାରୁ ଅଭିଯୁକ୍ତ ଫେରାର।
