ଏବେ ବି ଲିଭିନି ବଳଙ୍ଗା ପୀଡ଼ିତାଙ୍କ ନିଆଁ। ବଳଙ୍ଗା ନାବାଳିକା ପୋଡ଼ି ଘଟଣାର ୨୨ ଦିନ ବିତିଗଲା ତଥାପି ଘଟଣାକୁ ନେଇ ରାଜନୀତି ଥମିବାର ନାଁ ନେଉନି। ପ୍ରଥମେ ବିଜେଡ଼ି ଏବଂ ଆଜି ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛି କଂଗ୍ରେସ। ଆଜି କଂଗ୍ରେସ ସଭାପତି ଭକ୍ତ ଦାସଙ୍କ ସଭାପତିତ୍ବରେ ଶତାଧିକ କଂଗ୍ରେସ କର୍ମୀ ଏବଂ ନେତୃବୃନ୍ଦ ଏକତ୍ରିତ ହୋଇ ଖେଲାର ବଜାର ଠାରୁ ବାୟାବର ଓ ବଳଙ୍ଗା ପଦଯାତ୍ରାରେ ଯାଇ ନିମାପଡ଼ା ରେ ପହଞ୍ଚି ଥିଲେ। ବଳଙ୍ଗା ପୀଡିତାଙ୍କୁ ନ୍ୟାୟ ଏବଂ ଅପରାଧୀକୁ ଗିରଫ ଦାବୀରେ ନାରାବାଜି କରିବା ସହିତ ଘଟଣାରେ ରାଜ୍ୟ ସରକାରଙ୍କୁ ସିଧାସଳଖ ଦାୟି କରିଛି କଂଗ୍ରେସ।
ପୁରୀ ଜିଲ୍ଲା ବଳଙ୍ଗା ନାବାଳିକା ପୀଡ଼ିତାଙ୍କୁ ପୋଡ଼ି ମାରିବା ଉଦ୍ୟମ ଓ ଚିକିତ୍ସା ଧୀନ ଅବସ୍ଥାରେ ରହସ୍ୟ ଜନକ ମୃତ୍ୟୁକୁ ନେଇ ଆଜି ରାଜ୍ୟ କଂଗ୍ରେସର ଖେଲାର ଠାରୁ ଆରମ୍ଭ କରି ଭାୟା ବଳଙ୍ଗା ବାୟାବର ଓ ନିମାପଡା ପର୍ଯ୍ୟନ୍ତ ନାରୀନ୍ୟାୟ ପଦଯାତ୍ରା କରିଥିଲା। କଂଗ୍ରେସର ଏହି ନାରୀ ନ୍ୟାୟ ପଦଯାତ୍ରାରେ ଆଜି ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାଶଙ୍କ ସଭାପତିତ୍ୱରେ କଂଗ୍ରେସର ବରିଷ୍ଠ ନେତାମାନଙ୍କ ସହିତ ହଜାର ହଜାର କଂଗ୍ରେସ କର୍ମକର୍ତ୍ତା ଖେଲାର ଠାରୁ ଭାୟା ବୟାବର ଦେଇ ନିମାପଡ଼ା ପର୍ଯ୍ୟନ୍ତ ପଦଯାତ୍ରା ସହିତ ବାଇକ୍ ଶୋଭାଯାତ୍ରାରେ ଯାଇଥିଲେ । ଏହି ପରିପ୍ରେକ୍ଷିରେ ପିସିସି ସଭାପତି ଭକ୍ତ ଚରଣ ଦାସ ବଳଙ୍ଗା ପୀଡ଼ିତାଙ୍କ କବର ସ୍ଥାନ ନିକଟକୁ ଯାଇ ସେଠାରେ ପୁଷ୍ପମାଲ୍ୟା ଅର୍ପଣ କରିବା ସହିତ ପୀଡ଼ିତାଙ୍କ ପରିବାରକୁ ଭେଟିଥିଲେ। ସେଠାରୁ ସିଧା ସଳଖ ପୀଡ଼ିତାଙ୍କୁ ପୋଡ଼ା ଯାଇଥିବା ଘଟଣା ସ୍ଥଳ ବୁଲିବା ସହିତ ପ୍ରତ୍ୟକ୍ଷ ଦର୍ଷି ଦୁଃଖୀଶ୍ୟାମ ସେନାପତିଙ୍କ ଘର ନିକଟକୁ ଯାଇ ତାଙ୍କ ଧର୍ମ ପତ୍ନୀଙ୍କ ସହ ୧୦ମିନିଟରୁ ଉର୍ଦ୍ଧ ଘଟଣା ବିଷୟରେ ଆଲୋଚନା କରିଥିଲେ। ପରେ ପରେ ବଳଙ୍ଗା ମୁଖ୍ୟ ବଜାରରୁ ସିଧା ନିମାପଡ଼ା ଆଭିମୁଖ୍ୟ ବାହାରିଥିଲା ଭକ୍ତଙ୍କ ପଦଯାତ୍ରା। ସନ୍ଧ୍ୟାରେ ନିମାପଡ଼ା ପୁର୍ଣ୍ଣେଶ୍ବର ମନ୍ଦିର ସାମ୍ନାରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ ପିସିସି ସଭାପତି ଭକ୍ତ ଦାସ । ବ୍ୟୁରୋ ରିପୋର୍ଟ ସ୍ବର ଓଡ଼ିଶା
