ଭାଟବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନଶିକ୍ଷକ ଭାବରେ ଯୋଗ ଦେଲେ ଶ୍ରୀଯୁକ୍ତ ବିନୟ କୁମାର ବିଶ୍ଵାଳ।

ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଭାଟବନ୍ଧରେ ନୂତନ ପ୍ରଧାନଶିକ୍ଷକ ପଦବୀରେ ଆଜି ଠାରୁ ଯୋଗଦେଲେ ଶ୍ରୀଯୁକ୍ତ ବିନୟ କୁମାର ବିଶ୍ଵାଳ। ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବ୍ରଜ କିଶୋର ସାହୁ,ଚଅଁରପଦା ପଞ୍ଚାୟତର ସରପଞ୍ଚ ତପନ ମଲ୍ଲିକ, ସମିତି ସଭ୍ୟାଙ୍କ ପ୍ରତିନିଧି ଆର୍ତ୍ତତ୍ରାଣ ରାଉତ , ସମାଜ ସେବୀ ସତ୍ୟ ଭୁଷଣ ସ୍ବାଇଁ, ବିଦ୍ୟାଳୟର ପ୍ରତିଷ୍ଠାତା ତଥା ପୂର୍ବତନ ସମ୍ପାଦକ ଶ୍ରୀଯୁକ୍ତ ଧୃବ ଚରଣ ମାଝି, ବର୍ତ୍ତମାନ ର ଚେୟାରମେନ କେଦାର ମାଝି, ଶରତ କୁମାର ବଢେଇ ଏବଂ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବିମାନେ ଯୋଗ ଦେଇ ନୂତନ ପ୍ରଧାନ ଶିକ୍ଷକଙ୍କୁ ସ୍ବାଗତ କରିଥିଲେ।
ପ୍ରଥମେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରାର୍ଥନା ସଭା ଏବଂ ପରେପରେ ଏକ ସାଧାରଣ ସଭାରେ ନୂତନ ପ୍ରଧାନଶିକ୍ଷକ ଙ୍କୁ ଫୁଲ ତୋଡା ଓ ଉତ୍ତରୀୟ ପ୍ରଦାନ କରି ବିଦ୍ୟାଳୟକୁ ସ୍ଵାଗତ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟ ସମ୍ପର୍କରେ ସମ୍ୟକ ସୂଚନା ଦିଆଯାଇଥିଲା। ବିଦ୍ୟାଳୟରେ ଉନ୍ନତ ମାନର ଶିକ୍ଷା ଓ ସର୍ବାଙ୍ଗୀନ ବିକାଶ ସମ୍ପର୍କିତ ଆଲୋଚନା କରାଯାଇଥିଲା। ବିଦ୍ୟାଳୟର  ପ୍ରଧାନଶିକ୍ଷକ ଦାୟିତ୍ୱରେ ଥିବା ଶିକ୍ଷକ ଶ୍ରୀଯୁକ୍ତ ପ୍ରମଥ କୁମାର ସ୍ୱାଇଁ ଏବଂ କ୍ରିଡ଼ା ଶିକ୍ଷକ ଶ୍ରୀଯୁକ୍ତ ଅମୀୟ କୁମାର ମହାନ୍ତି ପ୍ରମୁଖ ନୂତନ ପ୍ରଧାନ ଶିକ୍ଷକଙ୍କୁ ସହକର୍ମୀ ଏବଂ ଛାତ୍ର ଛାତ୍ରୀ ମାନଙ୍କ ସହ ପରିଚିତ କରାଇଥିଲେ।
ଏଠାରେ ସୂଚନାଯୋଗ୍ୟ ନୂତନ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବିନୟ କୁମାର ବିଶ୍ଵାଳ ପୂର୍ବରୁ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟ ନଗର ବ୍ଲକ ଅନ୍ତର୍ଗତ ବଡ ମହୁରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ଆଜି ଠାରୁ ସେ ଭାଟବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଦାୟିତ୍ୱ ଭାର ତୁଲାଇବା ସହ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ନିମନ୍ତେ କାର୍ଯ୍ୟ କରିବେ ବୋଲି ମତପୋଷଣ କରିଛନ୍ତି।

Leave a Reply

Your email address will not be published. Required fields are marked *