ବ୍ୟାପକ ଅବ୍ୟବସ୍ଥା ଭିତରେ ନିମାପଡା ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର

ନିମାପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବ୍ୟାପକ ଅବ୍ୟବସ୍ଥା ମଧ୍ୟରେ ଗତି କରୁଥିବା ଦୈଖିବାକୁ ମିଳିଛି।ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଧରି ଠିଆ ହେଉଛନ୍ତି।ଏଠାରେ କାର୍ଯରତ ସ୍ବାସ୍ଥସେବା ଅଧିକାରୀ ମାନେ ନିଜ ଇଛାରେ ଡ୍ୟୁଟି କରୁଛନ୍ତି ବୋଲି ଅଭିଯୋଗ ହେଉଛି।ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋଦ୍ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିର୍ବାଚନ ମଣ୍ଡଳୀ ନିମାପଡାରେ।ସୂଚନା ଅନୁଯାୟୀ ନିମାପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୨୫ରୁ ଅଧିକ ଗ୍ରାମ ପଞ୍ଚାୟତର ଜନସାଧାରଣ ନିର୍ଭର କରୁଥିବା ବେଳେ ଛୋଟ ଛୋଟ ସ୍ଵାସ୍ଥ୍ୟ କେନ୍ଦ୍ରରୁ ରୋଗୀମାନେ ରେଫର ହୋଇ ଏଠାକୁ ଆସିଥାନ୍ତି।କିନ୍ତୁ ଡାକ୍ତରମାନେ ସପ୍ତାହରେ ତିନି ଦିନ ଡ୍ୟୁଟି କରିବା ନିୟମ ଥିଲେ ମଧ୍ୟ ନିଜ ସୁବିଧା ଅନୁଯାୟୀ ଡ୍ୟୁଟି ଚୟନ କରୁଥିବାରୁ ରୋଗୀମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି।ଫଳରେ ଜଣେ ଜଣେ ଡାକ୍ତରଙ୍କ ନିକଟରେ ଅତ୍ୟଧିକ ରୋଗୀ ଭିଡ଼ ଜମାଉ ଥିବା ଦେଖିବାକୁ ମିଳିଛି। ଯାହା ଚିକିତ୍ସା ସେବାକୁ ଗୁରୁତର ଭାବେ ପ୍ରଭାବିତ କରୁଛି।

ସେହିପରି ଲ୍ୟାବ୍ ଓ ଏକ୍ସରେ ବିଭାଗରେ ମଧ୍ୟ ସେବା ଠିକ୍ ଭାବେ ମିଳୁନଥିବା ଅଭିଯୋଗ ଆସିଛି। ରୋଗୀମାନଙ୍କୁ ମେଡିକାଲ ଭିତରେ ପରୀକ୍ଷା କରା ନଯାଇ ବାହାର ଲ୍ୟାବ ଓ ଏକ୍ସରେ କେନ୍ଦ୍ରକୁ ପଠା ଯାଉଥିବାରୁ ଅନେକ ରୋଗୀ ଅସନ୍ତୋଷ ପ୍ରକାଶ କରିଛନ୍ତି।ଟିକେଟ୍ କାଉଣ୍ଟର ମଧ୍ୟ ଅନେକ ସମୟରେ ଖାଲି ରହୁଥିବାରୁ ରୋଗୀମାନଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଛି।ଫଳରେ ରୋଗୀ ମାନଙ୍କର ଅସୁବିଧା ଦ୍ଵିଗୁଣିତ ହୋଇଯାଉଛି।କିଛି ରୋଗୀ କହୁଥିବାର ଶୁଣିବାକୁ ମିଳିଛି ଯେ ଆମେ ଭୋରୁ ଆସି ବସିଛୁ କିନ୍ତୁ ଡାକ୍ତର କେବେ ଆସିବେ ଜଣା ନାହିଁ।ଏଣୁ ଦୀର୍ଘ ସମୟ ଧରି ଅପେକ୍ଷା କରି କରି ରୋଗୀ ବ୍ୟସ୍ତ ଓ ବିବ୍ରତ ହୋଇପଡୁଛନ୍ତି।ଯାହାଦ୍ଵାରା ସ୍ଵାସ୍ଥ୍ୟକେନ୍ଦ୍ର ଭଳି ଏକ ଜରୁରୀକାଳୀନ ସେବା ଉପରେ ସାଧାରଣ ଲୋକଙ୍କ ଭରସା ପାଉନାହିଁ।ନିମାପଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ଅବ୍ୟବସ୍ଥାକୁ ନେଇ ବୁଦ୍ଧିଜୀବୀ ମାନେ ଚିନ୍ତିତ ହେବା ସହିତ ସ୍ଥାନୀୟ ଲୋକ ଓ ସାମାଜିକ ସଂଗଠନ ମାନେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଉପମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଆବଶ୍ୟକ ବୋଲି ଦାବି କରୁଛନ୍ତି।

Leave a Reply

Your email address will not be published. Required fields are marked *