ଆମ ସଂସ୍କୃତି ଓ ପରମ୍ପରାକୁ ଶିଶୁ ସାହିତ୍ୟ ‘ମୋ ଆଶା’ ସମୃଦ୍ଧ କରିଛି:ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର-ଆମ ସଂସ୍କୃତି ଓ ପରମ୍ପରା ଅନନ୍ୟ.ଏହି ସଂସ୍କୃତି ଓ ପରମ୍ପରା ର କଥା ବସ୍ତୁ ଓଡ଼ିଆ ଶିଶୁ ସାହିତ୍ୟ କୁ ଅଧିକ ସମୃଦ୍ଧ କରି ପିଲା ଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କୁ ଆମୋଦ ଦେଉଛି ବୋଲି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି ‘ମୋ ଆଶା’ର ପୂଜା ସଂଖ୍ୟା ଉନ୍ମୋଚନ ଅବସରରେ ମତ ପ୍ରକାଶ କରିଛନ୍ତି.ପବିତ୍ର ଦୀପାବଳି ଓ କାଳୀପୂଜା ଅବସରରେ ନିମାପଡା ର ଅଗ୍ରଣୀ ଅନୁଷ୍ଠାନ ଲିଟିଲ ଷ୍ଟାର ଗ୍ରୁପ ପକ୍ଷରୁ ପ୍ରକାଶିତ ‘ମୋ ଆଶା’ପୂଜା ସଂଖ୍ୟା ର ଉନ୍ମୋଚନ ଉତ୍ସବ ଆଜି ମାନ୍ୟବର ସଂସ୍କୃତି ମନ୍ତ୍ରୀ ଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା. ଏହି ସାରସ୍ୱତ ସମାରୋହରେ ମାନ୍ୟବର ମନ୍ତ୍ରୀ ଙ୍କ ସମେତ ପତ୍ରିକା ର ସମ୍ପାଦକ ସୁମନ୍ତ ମହାରଣା,ସହ ସମ୍ପାଦିକା ଉର୍ମିଳା ମହାରଣା,ଇଟିକିଲି ମିଟିକିଲି ର ସଚିବ ଶରତ କୁମାର ନାୟକ,ଶିଶୁ ସାହିତିକା କମଳିନୀ ମଲ୍ଲିକ,ଲିଟିଲ ଷ୍ଟାର ଗ୍ରୁପ ର ଉପଦେଷ୍ଟା ଅଧ୍ୟାପକ ସୁବ୍ରତ ମହାନ୍ତି ପ୍ରମୁଖ ଏହି ସାରସ୍ୱତ ଉନ୍ମୋଚନ ଉତ୍ସବ ରେ ଉପସ୍ଥିତ ଥିଲେ.
ଏଠାରେ ସୂଚନା ଯୋଗ୍ୟ ଯେ ପତ୍ରିକା ର ସମ୍ପାଦକ ସୁମନ୍ତ ମହାରଣା ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ହୋଇଥିବା ବେଳେ ଦୀର୍ଘ ୨୫ବର୍ଷ ଧରି ପତ୍ରିକାକୁ ନିୟମିତ ପ୍ରକାଶ କରି ଆସୁଛନ୍ତି.ଚଳିତ ପୂଜା ସଂଖ୍ୟା ରେ ଓଡିଶା ର ବହୁ ଲବ୍ଧ ପ୍ରତିଷ୍ଠିତ ଲେଖକ/ଲେଖିକା ଙ୍କ ଲେଖା ସମେତ ପିଲାଙ୍କ ଫୋଟୋ ଓ ଚିତ୍ର କୁ ସ୍ଥାନ ଦିଆ ଯାଇଛି

Leave a Reply

Your email address will not be published. Required fields are marked *