ନିମାପଡ଼ା ତହସିଲ କାର୍ଯ୍ୟାଳୟରେ ଉତ୍କର୍ଷ ଇ-ସେବାର ଶୁଭାରମ୍ଭ

ନିମାପଡ଼ା ୨୫/୧୧: ନିମାପଡ଼ା ତହସିଲ କାର୍ଯ୍ୟାଳୟରେ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଦ୍ବାରା ଉତ୍କର୍ଷ ଇ-ସେବାର ଶୁଭାରମ୍ଭ ହୋଇଛି। କିଛିଦିନ ପୂର୍ବରୁ ନିମାପଡ଼ାରେ ଆୟୋଜିତ ଉତ୍କର୍ଷ ନିମାପଡ଼ା ମଞ୍ଚରେ ହୋଇଥିବା ଆଲୋଚନାର ପ୍ରତିଫଳନ ସ୍ୱରୂପ ଏହି ଗୁରୁତ୍ୱପୂର୍ଣ୍ଣ ସେବା ପ୍ରାରମ୍ଭ ହୋଇଛି। ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ସହଯୋଗରେ ଆରମ୍ଭ ହୋଇଥିବା ଏହି ୟୁନିଫାଇଡ୍ ଡିଜିଟାଲ ସେବା ମାଧ୍ୟମରେ ତହସିଲ କାର୍ଯ୍ୟାଳୟକୁ ଆସୁଥିବା ସମସ୍ତେ ବିଭିନ୍ନ ପ୍ରଶାସନିକ ସୁବିଧାକୁ ଡିଜିଟାଲ ମାଧ୍ୟମରେ ଅତି ସରଳଭାବେ ପାଇପାରିବେ।ଏହି ପୋର୍ଟାଲ୍‌ ଟି ଅନେକ ଭାଷା ସମର୍ଥିତ ଥିବାରୁ ସାଧାରଣ ଲୋକଙ୍କ ପାଇଁ ଚାଳନା କରିବା ମଧ୍ୟ ସହଜ ହେବ।ଏହି ଇ-ସେବା ମାଧ୍ୟମରେ ଛାତ୍ରଛାତ୍ରୀମାନେ ଇନକମ ସାର୍ଟିଫିକେଟ,ରେସିଡେନ୍ସ ସାର୍ଟିଫିକେଟ ଇତ୍ୟାଦି ପାଇଁ ଅନଲାଇନ୍ ଆବେଦନ କରିପାରିବେ।ଅନଲାଇନ୍ ଖଜଣା ଦେବା ସୁବିଧା ଉପଲବ୍ଧ ହେବ।ନାଗରିକମାନେ ରାଜସ୍ୱ ସମ୍ବନ୍ଧୀୟ ଅଭିଯୋଗ ମଧ୍ୟ ପୋର୍ଟାଲ୍‌ରେ ପଞ୍ଜିକରଣ କରିପାରିବେ।ଜନସାଧାରଣଙ୍କ ପାଇଁ ତହସିଲ ସେବାରେ ସ୍ୱଚ୍ଛତା,ତ୍ୱରିତତା ଓ ଜବାବଦେହିତା ବଢିବାରେ ଉତ୍କର୍ଷ ଇ-ସେବା ମହତ୍ତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି।ଏହି କାର୍ଯ୍ୟକ୍ରମରେ ପୁରୀର ଉପଜିଲ୍ଲାପାଳ ରାଜକିଶୋର ଜେନା,ନିମାପଡ଼ା ତହସିଲଦାର ମନୋଜ କୁମାର ପ୍ରଧାନ,ଅତିରିକ୍ତ ତହସିଲଦାର ନିରଞ୍ଜନ ନାୟକ, କେ ଭେଙ୍କଟେଶ୍ୱର ରାଓ,ଷ୍ଟେଟବବ୍ୟାଙ୍କ ଅଫ ଇଣ୍ଡିଆ ର ଗ୍ରାହକ ସମ୍ପର୍କ ଅଧିକାରୀ ଭରତ ଚନ୍ଦ୍ର ସାହୁ,ନିମାପଡ଼ା ଶାଖାର ମୁଖ୍ୟ ପାଳିଚାଳକ ଦେବାନନ୍ଦ ସେଠି ପ୍ରମୁଖ ଉପସ୍ଥିତ ରହିଥିଲେ।ନିମାପଡ଼ାର ସେବା ବିଭାଗରେ ଏହା ଏକ ନୂତନ ପଦକ୍ଷେପ ବୋଲି ମାନ୍ୟଜନ ମତ ପ୍ରକାଶ କରିଥିଲେ।


	

Leave a Reply

Your email address will not be published. Required fields are marked *