ମଣ୍ଡଳସ୍ତରୀୟ ବିଜ୍ଞାନ ମେଳା ଓ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଯାପିତ

ନିମାପଡ଼ା ପୁରାତନ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା ଓ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ମଣ୍ଡଳ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ପାଢ଼ୀ ସଭାପତିତ୍ୱ କରିଥିବା ବେଳେ ଜଗତସିଂହପୁର ସାଂସଦ ବିଭୂ ପ୍ରସାଦ ତରାଇ ମୁଖ୍ୟ ଅତିଥି, ଡ଼ିଆଇଇଟି ପୁରୀର ଅବସରପ୍ରାପ୍ତ ଅଧ୍ୟକ୍ଷ ଚଣ୍ଡେଶ୍ଵର ମହାପାତ୍ର ମୁଖ୍ୟବକ୍ତା, ସମ୍ମାନୀତ ଅତିଥି ହିମାଂଶୁ ଭୂଷଣ ସମରଥ, ଯୁଗ୍ମ ନିର୍ଦ୍ଦେଶକ ଓ ସେପା, ନିମାପଡ଼ା ଏସ୍ଏସି ଅଧ୍ଯକ୍ଷା ସସ୍ମିତା ସାହୁ, ସାଂସଦ ପ୍ରତିନିଧି ମୀନଲତା ମହାନ୍ତି, ନିମାପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ନନ୍ଦିତା ସାହୁ, ମଣ୍ଡଳ ଉନ୍ନୟନ ଅଧିକାର କାରୀ ଡଃ ଅଭିଜିତ ଷଡ଼ଙ୍ଗୀ, ସହକାରୀ ମଣ୍ଡଳ ଶିକ୍ଷାଧୂକାରୀ ଗୀତାଞ୍ଜଳି ନାୟକ, ସହକାରୀ ସହ ମଣ୍ଡଳ ଶିକ୍ଷାଧିକାରୀ ସୁଦର୍ଶନ ଭୋଇ, ସହକାରୀ ମଣ୍ଡଳ ଶିକ୍ଷାଧିକାରୀ ପୁଷ୍ପମିତ୍ରା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ବିଭିନ୍ନ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଆଦର୍ଶ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ । ଏହି ବିଜ୍ଞାନ ମେଳାରେ ଛାତ୍ରଛାତ୍ରୀଙ୍କ ୨୧୧ ଟି ପ୍ରକଳ୍ପ ସ୍ଥାନ ପାଇଥିଲା ବେଳେ ୭ଟି ପ୍ରକଳ୍ପ ମନୋନୀତ ହୋଇଥିଲା । ମଣ୍ଡଳ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ପାଢ଼ୀଙ୍କ ସଭାପତିତ୍ୱରେ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ ମୁଖ୍ୟ ଅତିଥି, ନିମାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ ଅଧ୍ଯକ୍ଷ ଅମିତା ମହ ମହାନାୟକ ମୁଖ୍ୟବକ୍ତା, ସମ୍ମାନୀତ ଅତିଥି ଭାବରେ ତହସିଲଦାର ମନୋଜ କୁମାର ପ୍ରଧାନ, କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ କୁମାର ଦାଶ, ସହକାରୀ ମଣ୍ଡଳ ଶିକ୍ଷାଧୀକାରୀ ପୁଷ୍ପମିତ୍ରା ମିଶ୍ର, ସୁଦର୍ଶନ ଭୋଇ ପ୍ରମୁଖ କୃତି ପ୍ରକଳ୍ପଧାରୀଙ୍କୁ ପୁରସ୍କୃତ କରିଥିଲେ ।

Leave a Reply

Your email address will not be published. Required fields are marked *