ନିମାପଡା,୦୪/୧୨-ଆଜି ସ୍ଥାନୀୟ ବାରବାଟୀ ପଡିଆରେ ୫ମ ଟୂବୁଲି ମେମୋରିଆଲ ଓ ବାରବାଟୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସେମି ଫାଇନାଲରେ ପରସ୍ପରକୁ ଭେଟିଥିଲେ କଟକ ର ନିମିପୁର ଓ ୟୁନିୟନ ସ୍ପୋଟିଙ୍ଗ। ପ୍ରଥମେ ଟସ୍ ଜିତି କଟର ୟୁନିୟନ ସ୍ପୋଟିଙ୍ଗ ବ୍ୟାଟିଂ ର ନିଷ୍ପତ୍ତି ନେଇଥିଲା।କଟକର ୟୁନିୟନ ସ୍ପୋଟିଙ୍ଗ ୨୪. ୩ ଓଭରରେ ୧୦ ଉଇକେଟ ହରାଇ ୧୩୩ରନ୍ ସଂଗ୍ରହ କରିଥିଲା।ଦଳ ପକ୍ଷରୁ ସୁଜିତ ଲେଙ୍କା ୪୨ ବଲରେ ୪୩ରନ ଓ ଶୁଭମ ପ୍ରିୟଦର୍ଶି ୨୦ବଲରେ ୨୫ରନ ସଂଗ୍ରହ କରିଥିଲେ। ନିମପୁର କଟକ ର ବୋଲର ବିଶ୍ୱଜିତ ମହାପାତ୍ର ୪. ୩ ଓଭର ବୋଲିଂ କରି ୧୦ରନ ଦେଇ ୪ଟି ଉଇକେଟ, ଓ ଆଶୁତୋଷ ମହାପାତ୍ର ୫ ଓଭର ରେ ୩୨ ରନ ଦେଇ ୩ଟି ଉଇକେଟ ନେଇଥିଲେ। ଜବାବରେ ନିମପୁର କଟକ ବ୍ୟାଟିଂ କରି ୨୮. ୩ ଓଭର ଖେଳି ୨ ଉଇକେଟ ହରାଇ ୧୩୯ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ବିଜୟ ମହାନ୍ତି ୪୯ ବଲରେ ୩୭ରନ, ବିଶ୍ୱଜିତ ମହାପାତ୍ର ୧୧ବଲରେ ୨୧ରନ ସଂଗ୍ରହ କରିଥିଲେ। ୟୁନିୟନ ସ୍ପୋଟିଙ୍ଗ ବୋଲର ଦେବ ୬ ଓଭର ବୋଲିଂ କରି ୧୪ରନ ଦେଇ ୪ଟି ଉଇକେଟ, ଶୁଭମ ଜେନା ୬ଓଭର ବୋଲିଂ କରି ୨୯ରନ ଦେଇ ୨ଟି ଉଇକେଟ ନେଇଥିଲେ।ଯାହାଦ୍ୱାରା ୮ ଉଇକେଟ ରେ ୟୁନିଅନ ଷ୍ପୋଟିଙ୍ଗକୁ ପରାଜିତ କରି ନିମପୁର ପ୍ରଥମ ଦଳ ଭାବରେ ଫାଇନାଲ ରେ ପ୍ରବେଶ କରିଛି। ନିମପୁରର ବିଶ୍ୱଜିତ ମହାପାତ୍ର ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ।ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ଡ଼ଃ ଅଭିଜିତ ଷଡ଼ଙ୍ଗୀ ଯୋଗଦେଇଥିବା ବେଳେ ନିମାପଡ଼ା ରବିଜ୍ଞାପିତ ଅଞ୍ଚଳ ପରିଷଦର ଅଦକ୍ଷ ରାଜକିଶୋର ସାହୁ ଯୋଗ ଦେଇଥିଲେ।ଏହି ମ୍ୟାଚରେ ନିର୍ମଳ ମିଶ୍ର, ଅୟସକାନ୍ତ ମିଶ୍ର ଅମ୍ପାୟାର ଦାୟିତ୍ଵ ତୁଲାଇଥିବା ବେଳେ ସ୍କୋର ବୋର୍ଡରେ ପ୍ରିୟାଂଶୁ ପଲେଇ ଓ ପି. ପ୍ରଧାନ ସହାୟତା କରିଥିଲେ।
୫ମ ଟୂବୁଲି ମେମୋରିଆଲ ଓ ବାରବାଟୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୟୁନିଅନ ଷ୍ପୋଟିଙ୍ଗକୁ ହରାଇ ନିମପୁର ଫାଇନାଲରେ
