ନିମାପଡ଼ା,୧୯/୧୨-ନିମାପଡ଼ା ବ୍ଲକ ଅନ୍ତର୍ଗତ ଭାଟବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ୩ଦିନିଆ ବାର୍ଷିକ କ୍ରୀଡା ଉତ୍ସବ ପ୍ରଧାନ ଶିକ୍ଷକ ବିନୟ କୁମାର ବିଶ୍ବାଳଙ୍କ ଅଧକ୍ଷତାରେ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି।କ୍ରୀଡା ଉତ୍ସବରେ ବିଦ୍ୟାଳୟର ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୩୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଭାଗ ନେଇଥିବା ବେଳେ ଛାତ୍ରଛାତ୍ରୀମାନଙ୍କର ଉତ୍ସାହ ଓ ଶୃଙ୍ଖଳା ଉତ୍ସବଟିକୁ ଅଧିକ ସରସ ସୁନ୍ଦର କରିଥିଲା।ତିନି ଦିନ ଧରି ଆୟୋଜିତ ଏହି କ୍ରୀଡା ଉତ୍ସବରେ କ୍ରୀଡା ଶିକ୍ଷକ ଜ୍ଞାନ ରଞ୍ଜନ ବାଘ,ଅମୀୟ କୁମାର ମହାନ୍ତି ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ତତ୍ବାବଧାନରେ ୧୦୦ ମିଟର,୨୦୦ ମିଟର ଦୌଡ଼,ଲମ୍ବା ଡିଆଁ,ଉଚ୍ଚ ଡିଆଁ,ଗୋଳାଫିଙ୍ଗା, ଅଖାଦୌଡ,ସ୍ଲୋ ସାଇକେଲ ରେସ୍,କବାଡ଼ି,ଖୋ-ଖୋ ସହ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେଇଥିବା ବେଳେ ଛାତ୍ରଛାତ୍ରୀମାନେ ନିଜର ଅନ୍ତର୍ନିହିତ ପ୍ରତିଭା,ଦକ୍ଷତା ପ୍ରଦର୍ଶନ କରିଥିଲେ।
ସେହିପରି ଉଦଘାଟନୀ ଉତ୍ସବରେ ସରପଞ୍ଚ ତପନ ମଲିକ, ସମିତି ସଭ୍ୟା ପ୍ରତିନିଧି ଆର୍ତ୍ତତ୍ରାଣ ରାଉତ, ସମାଜସେବୀ ସତ୍ୟ ଭୁଷଣ ସ୍ବାଇଁ ,ଧୃବ ମାଝୀ, ଶରତ ଚନ୍ଦ୍ର ବଢ଼େଇ , ଇଂ ବିଜୟ କୁମାର ବରିହା ପ୍ରମୁଖ ଯୋଗଦେଇଥିଲେ।
ସେହିପରି ଉଦଯାପନୀ ସମାରୋହରେ ମୁଖ୍ୟ ବକ୍ତା ଭାବେ ସରପଞ୍ଚ ତପନ ମଲିକ, ସମିତି ସଭ୍ୟା ପ୍ରତିନିଧି ଆର୍ତ୍ତତ୍ରାଣ ରାଉତ, ସମାଜସେବୀ ସତ୍ୟ ଭୁଷଣ ସ୍ବାଇଁ , ବିଦ୍ୟାଳୟର ପ୍ରତିଷ୍ଠାତା ସଭ୍ୟ ଧୃବ ମାଝୀ ଏବଂ ମୁଖ୍ୟ ଅତିଥି ଭାବେ ଅନନ୍ତ ରାମ ପଣ୍ଡା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସରକାରୀ ଉଚ୍ଚ ବିଦ୍ୟାଳୟ ଡେଣୁଅର ପ୍ରଧାନ ଶିକ୍ଷକ ସଞ୍ଜୀବ କୁମାର ମହାନ୍ତି , ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପ୍ରମଥ କୁମାର ସ୍ବାଇଁ,ଏସ ଏମ୍ ସି ଚେୟାରମେନ କେଦାର ମାଝୀ ଏବଂ ରାଜ କିଶୋର ଭଟ୍ଟ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।
ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ ଓ ଅଞ୍ଚଳର ବୁଦ୍ଧିଜୀବୀ ବ୍ୟକ୍ତିମାନେ ଯୋଗଦେଇ କ୍ରୀଡାର ଗୁରୁତ୍ୱ ସମ୍ପର୍କରେ ମତ ଦେଇଥିଲେ। କ୍ରୀଡା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ମନୋବିକାଶ ସହିତ ଶାରୀରିକ ସୁସ୍ଥତା ଗଢ଼ିଉଠେ। ଶେଷରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟ ଓ ଅମୀୟ କୋଚିଂ ସେଣ୍ଟର ତରଫରୁ ପୁରସ୍କୃତ କରାଯାଇଥିଲା।
ପରିଶେଷରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ନିଶା ନିବାରଣ ଉପରେ ଆଧାରିତ ଏକ କ୍ଷୁଦ୍ର ନାଟକ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏଠାରେ ସୂଚନାଯୋଗ୍ୟ ଏହି କ୍ଷୁଦ୍ର ନାଟକକୁ ବିଦ୍ୟାଳୟ ର ସଂଗୀତ ଶିକ୍ଷୟିତ୍ରୀ ସଞ୍ଜୁକ୍ତା କରଣ ଏବଂ ଏଥିରେ ତାଙ୍କୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଏବଂ ପରିଶେଷରେ ଅମୀୟ କୋଚିଂ ସେଣ୍ଟର ଭାଟବନ୍ଧର ଅଧକ୍ଷ ତଥା ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଅମୀୟ କୁମାର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବାର ସହ କ୍ରୀଡା ପତାକା ଅବତରଣ କରିବା ସହିତ ଉତ୍ସବଟିକୁ ସାଙ୍ଗ କରାଯାଇଥିଲା।
ଭାଟବନ୍ଧ ସ୍କୁଲରେ ୩ଦିନିଆ ବାର୍ଷିକ କ୍ରୀଡା ଉତ୍ସବ ମହା ସମାରୋହରେ ଅନୁଷ୍ଠିତ
