ପୁରୀ ଜିଲ୍ଲାର ନିମାପଡା ଠାରେ ଆଜି ଜିଲ୍ଲା ସ୍ତରୀୟ ଧାନ ମଣ୍ଡିର ଶୁଭ ଉଦ୍ଘାଟନ। ନିମାପଡା ନିୟନ୍ତ୍ରିତ ବଜାର କମିଟିର ମୁଖ୍ୟ ବଜାର ପ୍ରାଙ୍ଗଣରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ କରକମରରେ ଏହି ମଣ୍ଡି ଉଦ୍ଘାଟିତ ହୋଇଛି। ଚାଷୀଙ୍କୁ ସୁବିଧାଜନକ ଭାବେ ଧାନ ବିକ୍ରି କରିବା ପାଇଁ ସରକାର କିପରି ପଦକ୍ଷେପ ନେଇଛନ୍ତି—ସେନେଇ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ।
ପୁରୀ ଜିଲ୍ଲା ନିମାପଡା ନିୟନ୍ତ୍ରିତ ବଜାର କମିଟିର ମୁଖ୍ୟ ବଜାର ପ୍ରାଙ୍ଗଣରେ ଆଜି ଅନୁଷ୍ଠିତ ହୋଇଛି ଜିଲ୍ଲା ସ୍ତରୀୟ ଧାନ ମଣ୍ଡି ଉଦ୍ଘାଟନ ସମାରୋହ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଣ୍ଡିର ଶୁଭ ଉଦ୍ଘାଟନ କରି ଚାଷୀଙ୍କୁ ସରକାରଙ୍କ ଆଶ୍ୱାସନ ଓ ସୁବିଧା ସମ୍ପର୍କରେ ଅବଗତ କରାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଶତାଧିକ ଚାଷୀ ଯୋଗ ଦେଇଥିବା ବେଳେ, ଚାଷୀମାନେ କିପରି କୌଣସି ହେରାସମେଣ୍ଟ ଛଡା ଧାନ ବିକ୍ରି କରିପାରିବେ ସେନେଇ ଉପମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିଲେ।
ତଥ୍ୟ ଅନୁଯାୟୀ, ଚଳିତ ଧାନ କିଣା ଋତୁରେ ପ୍ରାୟ ୬୦ ହଜାର ଚାଷୀ ପଞ୍ଜିକରଣ କରିଥିବା ବେଳେ, ତାଙ୍କ ମଧ୍ୟରୁ ୫୦ ହଜାର ୫୨ ଜଣ ଚାଷୀଙ୍କୁ ଟୋକନ ଦିଆଯାଇଛି। ଆସନ୍ତା ସମୟରେ ଅବଶିଷ୍ଟ ୯ ହଜାରରୁ ଅଧିକ ଚାଷୀଙ୍କୁ ଟୋକନ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି।
ଚାଷୀମାନେ ମଣ୍ଡିରେ ବ୍ୟବସ୍ଥାକୁ ନେଇ ସନ୍ତୋଷ ପ୍ରକାଶ କରିଥିବା ବେଳେ, ସମୟମତେ ଧାନ କିଣା ଓ ଟଙ୍କା ମିଳିବାକୁ ନେଇ ଆଶାବାଦୀ ରହିଛନ୍ତି।
ଚାଷୀଙ୍କ ହିତକୁ ପ୍ରାଥମିକତା ଦେଇ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ନିମାପଡା ଅଞ୍ଚଳର ଚାଷୀଙ୍କ ପାଇଁ ଆଶ୍ୱାସନ ନେଇଆସିଛି। ସଠିକ୍ ବ୍ୟବସ୍ଥା ଓ ସମୟମତେ ଧାନ କିଣା ହେଲେ, ଚାଷୀଙ୍କ ଆର୍ଥିକ ସ୍ଥିତି ଆହୁରି ମଜବୁତ ହେବ ବୋଲି ଆଶା କରାଯାଉଛି।
ନିମାପଡାରେ ଜିଲ୍ଲା ସ୍ତରୀୟ ଧାନ ମଣ୍ଡି ଉଦ୍ଘାଟନ
