ନିମାପଡ଼ା ପଞ୍ଚାୟତ ସମିତି ଦ୍ୱାରା ସାମାଜିକ ସୁରକ୍ଷା ଭତ୍ତା ପାଇବା ପାଇଁ ନୂତନ ଭାବେ ଅନୁମୋଦିତ ହୋଇଥିବା ୪୦୨ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କାର୍ଯ୍ୟକ୍ରମରେ ସେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହି ଅବସରରେ ନୂତନ ଭାବେ ମୋଟ ୨୮୨ ଜଣଙ୍କୁ ମଧୁବାବୁ ପେନସନ ଯୋଜନା ଏବଂ ୧୨୦ ଜଣଙ୍କୁ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇ ଭତ୍ତା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ୮୮୪ ଜଣଙ୍କୁ ନୂଆ ରାସନ୍ କାର୍ଡ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ସନ୍ତୋଷ କୁମାର ଦାଶ, ନିମାପଡ଼ା ବ୍ଲକ୍ ଉନ୍ନୟନ ଅଧିକାରୀ ଅଭିଜିତ ଷଡ଼ଙ୍ଗୀ, ଜଗତସିଂହପୁର ସାଂସଦଙ୍କ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ଓଝା, ମିନଲତା ମହାନ୍ତି ଏବଂ ସମସ୍ତ ପଞ୍ଚାୟତର ଜନପ୍ରତିନିଧିଗଣ ଉପସ୍ଥିତ ଥିଲେ ।
୪୦୨ ନୂଆ ଭତ୍ତା ଏବଂ ୮୮୪ ନୂଆ ରାସନ୍ କାର୍ଡ
