ଅନବସରରେ ଶ୍ରୀଜିଉ: ଦ୍ଵିତୀୟ ଦିନରେ ଜ୍ବରରେ କମ୍ପୁଛନ୍ତି ତିନି ଠାକୁର ।

ନଏଜ ଓଡିଶା: ଜ୍ୟେଷ୍ଠମାସ ପୁର୍ଣିମା ଠାରୁ ଆଷାଢ଼ ମାସ ଅମାବାସ୍ୟା ପର୍ଯ୍ୟନ୍ତ ସମୟକୁ ଅନବସର ବା ଅଣସର କୁହାଯାଏ । ସ୍ନାନ ପୁର୍ଣିମାରେ ୧୦୮ ଗରା ପାଣିରେ ତିନିଠାକୁର ସ୍ନାନ କରି ଭୀଷଣ ଜ୍ବରରେ ପଡ଼ିଥାନ୍ତି । ଏହି ସମୟରେ ଦଇତାପତି ମାନଙ୍କ ଦ୍ୱାରା ଅଣସର ଗୃହରେ ଚାଲିଥାଏ ଗୁପ୍ତ ସେବା । ପଣା, ଫଳମୂଳ ଓ ପଥି ରାଜବୈଦ୍ୟଙ୍କ ପରାମର୍ଶ କ୍ରମେ ମହାପ୍ରଭୁଙ୍କୁ ଦିଆଯାଇଥାଏ ।
ଶ୍ରୀମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତସେବାର ଦ୍ଵିତୀୟ ଦିନ । ଦଇତାପତିମାନେ ଅଣସର ଗୃହରେ କରୁଛନ୍ତି ଗୁପ୍ତ ଉପଚାର । ଏହି ସମୟରେ ସାଧାରଣ ଦର୍ଶନକୁ ବାରଣ କରାଯାଇଥାଏ । ଅନ୍ୟପଟେ ବ୍ରହ୍ମଗିରି ଅଲାରନାଥ ଦେବଙ୍କ ପୀଠରେ ଲାଗିଛି ଭକ୍ତଙ୍କ ଗହଳି । ଭୋର ୪ଟାରୁ ମନ୍ଦିର ଫିଟା ପରେ ମଙ୍ଗଳ ଆଳତି , ତଡପ ଲାଗି , ଅବକାଶ, ଗୋପାଳ ବଲ୍ଲଭ ନୀତି ବଢିବା ପରେ ସକାଳ ୬ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେଉଛି ।

Leave a Reply

Your email address will not be published. Required fields are marked *