ନଏଜ ଓଡିଶା: ସକାଳ ଗାଧୁଆ ଦେହକୁ ହିତ । ଆମ ଦେଶରେ ଦିନଚର୍ଯ୍ୟା ସମ୍ପର୍କରେ ଏହି କଥା ମଧ୍ୟ କୁଆଯାଇଛି । ଅନେକ ବ୍ୟକ୍ତି ମଧ୍ୟ ସୂର୍ଯ୍ୟଦୋୟ ପୂର୍ବରୁ ସ୍ନାନ କରିଥାନ୍ତି । ଆମ ଦେଶରେ ରୁଷି ମୁନି ମାନେ ମଧ୍ୟ ଏହିଭଳି ଦିନଚର୍ଯ୍ୟା କରିଥାନ୍ତି । କୁହାଯାଏ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରିବା ଦ୍ୱାରା ଶରୀରରେ ଉର୍ଜା ଭାରି ଥାଏ । ତେବେ ପ୍ରାତଃ ସ୍ନାନର ନିୟମ ସବୁଠି ସମାନ ନୁହେଁ । ଆମେରିକା ଓ ୟୁରୋପୀୟ ଦେଶରେ ଲୋକମାନେ ସକାଳୁ ସ୍ନାନ କରୁଥିବାବେଳେ ଜାପାନ , କୋରିଆ ଏବଂ ଚୀନର ଲୋକମାନେ ରାତିରେ ସ୍ନାନ କରିବାର ପରମ୍ପରା ରହିଛି ।
ସାଧାରଣତଃ ଦିନରେ ଆମ ଶରୀର ବିଭିନ୍ନ ପ୍ରକାରର ବିଷାକ୍ତ ତଥା ଦୂଷିତ ପଦାର୍ଥ ସଂସ୍ପର୍ଶରେ ଆସିଥାଏ । ରାତିରେ ଗାଧୋଇବା ଦ୍ୱାରା ସେହିସବୁ ଦୂଷିତ ପଦାର୍ଥ ଶରୀରରୁ ଧୋଇ ହୋଇଯାଏ । ଏହାଦ୍ୱାରା ଶରୀରକୁ ଆରାମ ମିଳିଥାଏ ବୋଲି କୁହାଯାଏ । ଶରୀରକୁ ଆରାମ ଓ ଭଲ ନିଦ ପାଇଁ କୋରିଆର ଲୋକମାନେ ରାତିରେ ଗାଧୋଇବାକୁ ପସନ୍ଦ କରିଥାନ୍ତି । ରାତ୍ରି ସ୍ନାନକୁ ଚିନର ଲୋକମାନେ ସ୍ୱଛତାର ଗୁରୁତ୍ୱପୂର୍ଣ ଅଂଶ ବୋଲି ବିବେଚନା କରିଥାନ୍ତି ।
ଦିନଯାକର ସମସ୍ତ ନକାରାତ୍ମକ ଶକ୍ତି ଓ ଅବସାଦ ସବୁ ରାତିରେ ସ୍ନାନ କରିବା ଦ୍ୱାରା ଦୂର ହୋଇଥାଏ ବୋଲି ଚିନ ବସି ବିଶ୍ୱାସ କରନ୍ତି । ଚିନ ରେ ଅଧିକ ଗରମ ଅନୁଭୂତ ହେଉଥିବା କାରଣରୁ ଶରୀରରୁ ଅଧିକ ଝାଳ ନିର୍ଗତ ହୋଇଥାଏ । ଫଳରେ ଶରୀରକୁ ସଂକ୍ରମଣରୁ ରକ୍ଷା କରିବାକୁ ଚୀନ ଲୋକମାନେ ରାତିରେ ଗାଧୋଇବାକୁ ଅଧିକ ପସନ୍ଦ କରିଥାନ୍ତି । ସେହିଭଳି ରାତିରେ ଗାଧୋଇବା ଦ୍ୱାରା ମନ ଓ ହୃଦୟ ଶୁଦ୍ଧ ହୁଏବୋଲି ଜାପାନ ଲୋକମାନେ ଭାବିଥାନ୍ତି ।
ତେବେ ବିଜ୍ଞାନ ମତ ଅନୁସାରେ ରାତିରେ ଉଷୁମ ପାଣିରେ ଗାଧୋଇବା ଦ୍ୱାରା ଭଲ ନିଦ ଆସିଥାଏ । ତେବେ ଉଭୟ ସକାଳ ଓ ରାତି ସ୍ନାନ ଆମ ଶରୀର ପାଇଁ ହିତକର ।
