ନଏଜ ଓଡିଶା:ରାଜ୍ୟରେ ବିଜେପି ସରକାରକୁ ପୁରିଲା ବର୍ଷେ । ଏହି ଅବସରରେ କଟକ ଐତିହ ବାଲିଯାତ୍ରା ପଡିଆରେ ଆୟୋଜିତ ମହାସମାରୋହରେ
ଯୋଗଦେଇ ଗତ ବର୍ଷେ ଭିତରେ ରାଜ୍ୟ ସରକାର ମହିଳାଙ୍କ ବିକାଶ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ଆଗାମୀ ଦିନରେ ନାରୀ ଶକ୍ତିର ବିକାଶ ପାଇଁ ଅନେକ ନୂଆ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମହିଳାଙ୍କ ବିକାଶ ଧାରାକୁ ଅଧିକ ତ୍ୱରାନ୍ୱିତ କରିବା ସହ ରାଜ୍ୟର ମହିଳା ମାନଙ୍କୁ ବ୍ୟବସାୟିକ ଓ ବୈଷୟିକ ତାଲିମ ଦେବା ପାଇଁ IIM ଓ IIT କୁ ନିୟୋଜିତ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ସେମାନଙ୍କ ଉତ୍ପାଦ ଏବଂ ବ୍ୟବହାରିକ ଜ୍ଞାନକୁ ନେଇ ବ୍ୟବସାୟ ରେ ଉନ୍ନତି ପାଇଁ ପରାମର୍ଶ ଦେବ IIT ।
ସୁଭଦ୍ରା ଯୋଜନାରେ ମିଳୁଥିବା ଅର୍ଥକୁ ମହିଳାମାନେ ସ୍ୱାବଲମ୍ବୀ ହେବା ଲକ୍ଷରେ ବ୍ୟବହାର କରୁଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ରାଜ୍ୟରେ ଖୁବ ଶୀଘ୍ର ଲାଗୁ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଗରିବ ପରିବାରର କନ୍ୟା ମାନଙ୍କ ବିବାହ ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଗଣବିବାହର ମଧ୍ୟ ଆୟୋଜନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ସମାବେଶରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗଦେଇ ସୁଭଦ୍ରା ଯୋଜନା ମହିଳାମାନଙ୍କ ବିକାଶ ଦିଗରେ ଏକ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି ।
