କୁନି କୁନି ପିଲାଙ୍କୁ ନେଇ ରଜ ପାଳିଲେ ଲିଟିଲ ଷ୍ଟାର ଗ୍ରୁପ ।

ନଏଜ ଓଡିଶା: ନିମାପଡାର ଅଗ୍ରଣୀ ଅନୁଷ୍ଠାନ ଲିଟିଲ ଷ୍ଟାର ଗ୍ରୁପର ୨୩ତମ ପ୍ରତିଷ୍ଠା ଦିବସ ଓଡ଼ିଶାର ଗଣ ପର୍ବ ରଜ ସଂକ୍ରାନ୍ତି ରେ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସାଧାରଣ ସଭା ଓ କୁନି କୁନି ପିଲାଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା ଓଡିଶା ସାହିତ୍ୟ ଏକାଡେମୀ ଭୁବନେଶ୍ୱରର ସହଯୋଗରେ ରଜ ଉତ୍ସବ ସାହିତ୍ୟ ଆସର ଆଜି ସ୍ଥାନୀୟ ବାବା କପିଳେଶ୍ୱର ଦେବଙ୍କ ପିଠ ଠାରେ ଅନୁଷ୍ଠିତ ହୋଇଥିଲା । ଲିଟିଲ ଷ୍ଟାର ଗ୍ରୁପ ତଥା ‘ମୋ ଆଶା’ ସାହିତ୍ୟ ପତ୍ରିକା ର ସମ୍ପାଦକ ସୁମନ୍ତ ମହାରଣାଙ୍କ ସଂଯୋଜନାରେ ପିଲାମାନେ ଗପ କବିତା ଆବୃତ୍ତି କରିବା ସହ ରଜ ଓ ରଥଯାତ୍ରା କୁ ବିଷୟବସ୍ତୁ କରି ବିଭିନ୍ନ ଚିତ୍ର ଆଙ୍କି ଥିଲେ। ପରେ ଆୟୋଜିତ ସମାରୋହରେ ବିଶିଷ୍ଟ ଶିକ୍ଷାବିତ ପ୍ରଣବ ସ୍ୱାଇଁ,ନିର୍ଝରିଣୀ ନାୟକ, ସମାଜସେବୀ କୃଷ୍ଣ ଚନ୍ଦ୍ର ନାୟକ,ପ୍ରକାଶ ଚନ୍ଦ୍ର ଖଟୋଇ,କବି କାଳିକିଙ୍କର,ଶିକ୍ଷକ ନିର୍ମଳ ମିଶ୍ର ବସନ୍ତ ସ୍ୱାଇଁ,ସଞ୍ଜୁକ୍ତା ମହାନ୍ତି,ଫାର୍ମାସିଷ୍ଟ ଆଇ. ତ୍ରିନାଥ ପାତ୍ର ପ୍ରମୁଖ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଡ଼.ମନୋରଞ୍ଜନ ମହାପାତ୍ର, ସାମ୍ବାଦିକା ଶତରୁପା ସାମନ୍ତରାୟ,ଶିକ୍ଷୟିତ୍ରୀ ନିବେଦିତା ପଣ୍ଡା ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ ଗଳ୍ପ କବିତା ପାଠ ଓ ଚିତ୍ରାଙ୍କନରେ ଭାଗ ନେଇଥିବା କୃତି ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଗ୍ରୁପ ପକ୍ଷରୁ ଅଜୟ ମିଶ୍ର,ସୁନନ୍ଦ ରାଉତରାୟ, ଧର୍ମପଦ ଦାସ, ଶାରଦା ପ୍ରସନ୍ନ ବେହେରା,ନିରଞ୍ଜନ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀଙ୍କ ସମେତ ସାହିତ୍ୟ ଅନୁରାଗୀ ବ୍ୟକ୍ତି ବିଶେଷମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *