ନଏଜ ଓଡିଶା: ଉତ୍କୃଷ୍ଟ କଳାର ଉତ୍କର୍ଷତା ଲାଭ କରିଥିବାରୁ ଆମେ ଉତ୍କଳୀୟ । ସମୟର ପରିବର୍ତନରେ ଆମେ ପ୍ରଗତିଶୀଳ ହୋଇଛୁ ସତ କିନ୍ତୁ ପାସୋରି ସାରିଛୁ ପ୍ରାଚୀନ ପରମ୍ପରାକୁ । ଆଧୁନିକତାର ସ୍ପର୍ଶରେ ଓଡ଼ିଆଣୀମାନେ ଭୁଲିଗଲେଣି ସେ କୁଆଁର ପୁନେଇ ଗୀତ , ରଜ ଦୋଳି ଗୀତ , କୁଲୁରୀ ଗୀତ , ଆମ ଝୋଟି ଚିତା , ଆମ ପୋଡ ପିଠା । ଏସବୁକୁ ପୁଣି ମାନେ ପକେଇ ଦେବା ପାଇଁ ପୁରୀ ଜିଲା ନିମାପଡା ବ୍ଲକ ଅନ୍ତର୍ଗତ ବିଷ୍ଣୁପୁର ଠାରେ ଆଜି ଉଦ୍ଘାଟିତ ହୋଇଯାଇଛି ୮ମ ରଜ ମହୋତ୍ସବ । ତିନି ଦିବସୀୟ ଏହି ମହୋତ୍ସବ ରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାସ ଯୋଗ ଦେବା ସହ ବରଗଡ ଧନୁ ଯାତ୍ରା ର କଂସ ମହାରାଜ ଦେବରାଜ ଛୋଟରାୟ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଶିଶୁ ସାହିତିକା ଶ୍ରୀମତୀ ସଂଗୀତା ଦାସଦାସ , ମିସ ଇଣ୍ଡିଆ ୨୦୨୪ ପ୍ରତିଯୋଗୀ ସ୍ମୃତି ସଂସିତା ଦାସ, ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ । ଅତିଥି ମାନେ ରଜ ପର୍ବର ମହତ୍ୱ ସମ୍ପର୍କରେ ଆଲୋକପାତ କରିବା ସହିତ ବିଭିନ୍ନ ପ୍ରତିଯୋଗୀ ମାନେ ପୁଚି ଖେଳ , ଶଙ୍ଖ ବାଦନ , ହୁଳହୁଳି , ଏକକ କଣ୍ଠ ସଂଗୀତ , ତାସ ଖେଳ , ଏକକ ଅଭିନୟ , ଏକକ ମୃତ୍ୟ , ରଙ୍ଗୋଲି , ଢଗଢମାଳି , କାନ୍ଦଣା ଓ ଟଙ୍ଗ ଟୁଇଷ୍ଟର ଆଦିରେ ଭାଗ ନେଇଥିଲେ । ଏଥିସହିତ ସ୍ୱାଦିଷ୍ଟ ପାନ , ସ୍ୱାଦିଷ୍ଟ ପିଠା ଓ ସ୍ୱାଦିଷ୍ଟ ପିଠା ଆଦି ପ୍ରତିଯୋଗିତାର ଆୟୋଜନ ମଧ୍ୟ କରାଯାଇଥିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଜ କୁମାରୀ – ୨୦୨୫ ଭଳି ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
ଏହି ତିନି ଦିବସୀୟ ମହୋତ୍ସବ ପହିଲି ରଜରୁ ଆରମ୍ଭ ହୋଇ ଶେଷ ରଜ ଦିନ ଉଦ୍ଯାପିତ ହେବ ଏବଂ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯିବାର ମଧ୍ୟ ଵେବସ୍ତା ରହିଛି ।
ବିଷ୍ଣୁପୁର ଠାରେ ଅନୁଷ୍ଠିତ ହେଲା ୮ମ ରଜ ମହୋତ୍ସବ
