ନୟା ସବେରା ସ୍ବେଛାସେବୀ ଅନୁଷ୍ଠାନ ଦ୍ୱାରା ଆୟୋଜିତ ତିନି ଦିନିଆ ରଜ ମହୋତ୍ସବରେ ଯୋଗ ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ନିମାପଡା ନୟା ସବେରା ସ୍ବେଛାସେବୀ ଅନୁଷ୍ଠାନ ଦ୍ୱାରା ଆୟୋଜିତ ତିନି ଦିନିଆ ରଜ ମହୋତ୍ସବ ରେ ଯୋଗ ଦେଲେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା । ଏହି ଅବସରେ ନିମାପଡା ଟାଉନ ହଲ ମୁକ୍ତାକାଶ ରଂଗମଂଚରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଗୀତ, ନୃତ୍ୟ, ପୁଚି ଖେଳ, ହୁଳହୁଳି, ରଜ କୁମାରୀ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶେଷ ରଜ ରେ ଉଦ୍ଯାପନୀ ସନ୍ଧ୍ୟା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ସହିତ କୃତି ଅଂଶଗ୍ରହଣକାରୀ ଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା ।

ହଜିଯାଉଥିବା ଆମର ଲୋକ କଳା, ସଂସ୍କୃତି ଏବଂ ପରମ୍ପରାକୁ ପୁନର୍ବାର ଉଜ୍ଜୀବିତ କରି ଲୋକ ଲୋଚନକୁ ଆଣିବା ପାଇଁ ନୟା ସବେରା ଦ୍ୱାରା କରାଯାଇଥିବା ଏଭଳି କାର୍ଯ୍ୟକ୍ରମକୁ ସାଧାରଣରେ ଅନେକ ପ୍ରଶଂସା ମିଳିବା ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କାର୍ଯ୍ୟକ୍ରମରେ ଯୋଗ ଦେଇ ଖୁସି ବ୍ୟକ୍ତ କରିଥିଲେ ଏବଂ ଏଥି ସହିତ ସ୍ଥାନୀୟ ଅଞ୍ଚଳରେ ପାରମ୍ପରିକ କୃଷି ଉପକରଣକୁ ସଂଗ୍ରହ କରି ଏକ କୃଷି ସଂଗ୍ରହାଳୟ କରିବା ପାଇଁ ନୟା ସବେରା ଅନୁଷ୍ଠାନକୁ ଦାଇତ୍ୱ ଦେଇଥିଲେ ।

Leave a Reply

Your email address will not be published. Required fields are marked *