ନିମାପଡ଼ାରେ ପ୍ରତିଷ୍ଠିତ ଚିତ୍ର କଳା ପ୍ରଶିକ୍ଷଣ ପ୍ରତିଷ୍ଠାନ ସାରଦା ଆର୍ଟ ଏକାଡେମୀ ପକ୍ଷରୁ ଏକ ଚିତ୍ରକଳା ପ୍ରଦର୍ଶନୀ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷିରେ ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିବା ବେଳେ ଏକ ଶହ ଛାତ୍ରଛାତ୍ରୀ ମାନେ ନିଜ ନିଜର ଚିତ୍ରକଳା ପ୍ରଦର୍ଶନ କରିଥିଲେ। ଏହି ପରିପ୍ରେକ୍ଷିରେ ଛୋଟ ଛୋଟ ପିଲା ମାନେ ଆଙ୍କିଥିବା ଭଗବାନ ଗଣେଶଙ୍କର ବିଭିନ୍ନ ଆକୃତିର ଚିତ୍ର ସମସ୍ତଙ୍କର ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଥିଲା।
ଏଠାରେ ସୂଚନାଯୋଗ୍ୟ ସାରଦା ଆର୍ଟ ଏକାଡେମୀ ଛୋଟ ଛୋଟ ପିଲା ମାନଙ୍କୁ ନିୟମିତ ଭାବରେ ଚିତ୍ରକଳା ପ୍ରଶିକ୍ଷଣ ପ୍ରଦାନ କରିବା ସହ ପିଲାମାନେ କିଭଳି କଳା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରିବେ ଏବଂ ନିମାପଡ଼ା କିଭଳି ଚିତ୍ରକଳାରେ ନିଜର ସ୍ବତନ୍ତ୍ର ସ୍ଥାନ ଅଧିଗ୍ରହଣ କରିବ ସେ ଦିଗରେ ସଦାସର୍ବଦା ପ୍ରୟାସ କରିଥାଏ।
ସାରଦା ଆର୍ଟ ଏକାଡେମୀ ପକ୍ଷରୁ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ
