ନଏଜ ଓଡିଶା: ଥାନାରେ ଅଭିଯୁକ୍ତ ଗୋଡ଼ରେ ବେଡି ପଡିଥିବାର ଦେଖି ବାଲେଶ୍ୱର ସାଂସଦ ପ୍ରତାପ ଷଢଙ୍ଗି ଖପ୍ପା । ଏସ୍ ପିଙ୍କୁ ଭିଡ଼ିଓ କଲ ରେ ଦେଖାଇଲେ ସାଂସଦ । ବାଲେଶ୍ବର ଭୋଗରାଇ ଥାନାରେଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ପୋଲିସ ଅଭିଯୁକ୍ତଙ୍କ ଗୋଡ଼ରେ ବେଡି ପକାଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଜୟରାମପୁର ଗ୍ରାମର କାର୍ତିକ ଭୋଳଙ୍କ ସ୍ତ୍ରୀ ସାଂସଦ ପ୍ରତାପ ଷଡ଼ଙ୍ଗୀକୁ ଜଣାଇବା ପରେ । ସାଂସଦ ଭୋଗରାଇ ଥାନାରେ ପହଂଚି ଘଟଣାର ପୁଙ୍ଖନୂପୁଙ୍କ ତଦନ୍ତ କରିଥିଲେ । ଅଭିଯୁକ୍ତ ଗୋଡ଼ ଓ ହାତରେ ବେଡ଼ି ପଡିଥିବାର ଦେଖି କ୍ଷବ ପ୍ରକାଶ କରିଥିଲେ । ପୋଲିସ ର ଏଭଳି ଅମାନୁଷିକ ବ୍ୟବହାର କୁ ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ମୋବାଇଲ ଭିଡ଼ିଓ ମାଧ୍ୟମରେ ଏସ ପିଙ୍କୁ ଜଣାଇବା ସହିତ ତୁରନ୍ତ କାଯ୍ୟନୁଷ୍ଠାନ ପାଇଁ ଦାବି କରିଥିଲେ । ଏକ ବାଇକ ଅଦଳବଦଳ କୁ ନେଇ ଜୟରାମ ପୁର ଗ୍ରାମ ର କାର୍ତିକ ଭୋଳ ଙ୍କ ନାମରେ ଅନ୍ୟ ଜଣେ ବ୍ୟକ୍ତି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କି ମାମଲା ରୁଜୁ ନକରି ଏଭଳି ଅମାନସିକ ଅତ୍ୟାଚାର ସହିତ ନିଜର ପତିଆର ଜାହିର କରି ୨ଦିନ ଧରି କାର୍ତିକଙ୍କୁ ଥାନରେ ଅଟକ ରଖିଥିବା ଅଭିଯୋଗ ହୋଇଛି ।
ସାଂସଦ ଙ୍କ ହସ୍ତକ୍ଷେପ ରେ ଥାନାରୁ ମୁକୁଳି ଥିଲେ ଅଭିଯୁକ୍ତ । ସରକାର ବଦଳ ହୋଇଛି କିନ୍ତୁ ଅଫିସର ମାନଙ୍କ ପୂର୍ବ ସରକାରର ରୋଗ ବଦଳି ନାହିଁ ବୋଲି ସାଂସଦ ପ୍ରକାଶ କରିଥିଲେ । ଅଫିସରଙ୍କ ରୋଗ ଛଡ଼ାଇବା ପାଇଁ ସାଂସଦ ଆସିଥିବା ପ୍ରକାଶ କରିଛନ୍ତି ।
ସୀମା ଲଙ୍ଗିଲେ ଭୋଗରାଇ ପୋଲିସ
