ନଏଜ ଓଡିଶା: ଯଦି ଆପଣ ବଜାରରେ ମିଳୁଥିବା ଏହିଭଳି ୨୦ ଲିଟେରିଆ ଜାର ପାଣି କିଣି ପିଉଥାନ୍ତି ତେବେ ସାବଧାନ ରୁହନ୍ତୁ । ଏହି ପାଣି ପିଇଲେ ଆପଣଙ୍କୁ ଡାଇରିଆ ହବାର ସମ୍ଭାବନା ରହିଛି । ରାଜ୍ୟରେ ବର୍ତମାନ ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କଟକ ସମେତ ରାଜ୍ୟର ୮ ଟି ଜିଲ୍ଲାକୁ ବ୍ୟାପି ସାରିଲାଣି ଡାଇରିଆ ମହାମାରୀ । ସାଧାରଣତଃ ଦୂଷିତ ପାଣି ପିଇବା ଦ୍ୱାରା ଡାଇରିଆ ବ୍ୟାପୁଛି ବୋଲି କହିଛି କେନ୍ଦ୍ରୀୟ ଟିମ ।
ଏପରି ସ୍ଥଳରେ ସଜାଗ ରହିଛି ସ୍ୱାସ୍ଥ୍ୟ ବିଭାଗ । ଯୁଦ୍ଧ କାଳୀନ ଭିତିରେ CMC ସ୍ୱାସ୍ଥ୍ୟ ବିଭାଗ ଲଗାତାର ଚଢ଼ାଉ କରି କଟକରେ ଦୁଇଟି ପାଣି କମ୍ପାନୀ କୁ ସିଲ କରିଛି । କଟକ ମହାନଗର ନିଗମ ର ସ୍ୱାସ୍ଥ୍ୟ ବିଭାଗ, କଟକ ଶଙ୍କର ସହି ଓ ଉପର ସାହିରେ ଚଢ଼ାଉ କରି ଦୁଇଟି ପାଣି କମ୍ପାନୀକୁ ସିଲ କରିଛି ।
ପାଣିକୁ ବିଶୁଦ୍ଧ ନକରି ୨୦ ଲିଟେରିଆ ଜାରରେ ବଜାରରେ ବିକ୍ରି କରୁଥିବା ଅଭିଯୋଗ ପରେ ତତ୍ପର ହୋଇ ଉଠିଛି ସ୍ୱାସ୍ଥ୍ୟ ବିଭାଗ । ଗତକାଲି CMC ର ସ୍ୱାସ୍ଥ୍ୟ ଅଧିକାରୀ ଡ଼.ସତ୍ୟବ୍ରତ ମହାପାତ୍ର ଏବଂ ତାଙ୍କ ଟିମ ର କର୍ମକର୍ତା ମାନେ ଚଢ଼ାଉ କରି ଦୁଇଟିଯାକ ପାଣି କମ୍ପାନୀକୁ ସିଲ କରିଛନ୍ତି ।
