୫ କୋଟି ୧୬ ଲକ୍ଷ ଟଙ୍କା ବ୍ୟୟରେ ସୁଦୃଢ଼ ହେବ ନଦୀବନ୍ଧ

ବିଭିନ୍ନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପମୁଖ୍ୟମନ୍ତ୍ରୀ
୫ କୋଟି ୧୬ ଲକ୍ଷ ଟଙ୍କା ବ୍ୟୟରେ ସୁଦୃଢ଼ ହେବ ନଦୀବନ୍ଧ, ଗମନାଗମନ ବ୍ୟବସ୍ଥାରେ ଆସିବ ଉନ୍ନତି


ନିମାପଡ଼ା (୧୬.୧୨.୨୦୨୫)- ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ନିମାପଡ଼ା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ୫ କୋଟି ୧୬ ଲକ୍ଷ ୧୨ ହଜାର ବ୍ୟୟରେ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।  ଏହି ଅବସରରେ ସେ ଶ୍ୟାମସୁନ୍ଦରପୁରଠାରେ କୁଶଭଦ୍ରା ଦକ୍ଷିଣ ପାର୍ଶ୍ୱ ନଦୀବନ୍ଧର ବିଭିନ୍ନ ସ୍ଥାନରେ କଂକ୍ରିଟ୍‌ ସୁରକ୍ଷା କାନ୍ଥ ଏବଂ ନୁହାରକିରି ମାଇନରଠାରେ କଂକ୍ରିଟ୍‌ ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏଥିସହିତ ଅଣ୍ଡିଆ ମାଇନର୍‌ରେ ବନ୍ଧର ଉନ୍ନତିକରଣ ଓ ରାସ୍ତା ନିର୍ମାଣ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।  ମୋଟ ୩ କୋଟି ୭୪ ଲକ୍ଷ ୮୯ ହଜାର ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକାରୀ ହେବା ଦ୍ୱାରା ନଦୀବନ୍ଧ ସୁଦୃଢ଼ ହେବା ସହ  ଗମନାଗମନ ଆହୁରି ସୁଗମ ହୋଇପାରିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ସେହିଭଳି କୋଠକୁସଙ୍ଗ ଗ୍ରାମପଞ୍ଚାୟତର ବାଲିପଦା ଗ୍ରାମଠାରେ ୧ କୋଟି ୪୨ ଲକ୍ଷ ୨୩ ହଜାର ଟଙ୍କା ବ୍ୟୟରେ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । କଂକ୍ରିଟ୍‌ ଟ୍ରଫ୍‌ ୱାଲ ଓ କଂକ୍ରିଟ୍ ସୁରକ୍ଷା କାନ୍ଥ ନିର୍ମାଣ ଏବଂ ବନ୍ଧ ଉନ୍ନତିକରଣ ପ୍ରକଳ୍ପ କାର୍ଯ୍ୟକାରୀ ହେବାଦ୍ୱାରା ନଦୀବନ୍ଧ ସୁଦୃଢ଼ ହେବ ଏବଂ ସ୍ଥାନୀୟ ଲୋକଙ୍କ ଗମନାଗମନ ବ୍ୟବସ୍ଥାରେ ଉନ୍ନତି ଆସିବ ବୋଲି ସେ କହିଥିଲେ। 

Leave a Reply

Your email address will not be published. Required fields are marked *