ବଳଙ୍ଗା ରାସ୍ତାର ଭିତ୍ତିପ୍ରସ୍ଥର ସ୍ଥାପନ କଲେ ଉପମୁଖ୍ୟମନ୍ତ୍ରୀ

ପୁରୀ ଜିଲ୍ଲା ନିମାପଡ଼ା ବିଜ୍ଞାପିତ ପରିଷଦ ଅଂଚଳ ଅଧିନ ବ୍ଲକ ଛକ ନିକଟରେ ନିମାପଡ଼ା ରୁ ବଳଙ୍ଗା ନୂତନ ରାସ୍ତାର ଭିତ୍ତି ପ୍ରସ୍ଥର ସ୍ଥାପନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଯାହାର ଅଟକଳ ମୂଲ୍ୟ 36 କୋଟି 95 ଲକ୍ଷ ଟଙ୍କାରୁ ଉର୍ଦ୍ଧ ବ୍ୟୟ ବରାଦ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ନିର୍ଦିଷ୍ଟ ସମୟ ସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦେଶ ଦେଇଛନ୍ତି । ସେହିପରି ଆଗାମୀ ଦିନରେ ପିପିଲି ରୁ ନିମାପଡ଼ା ଚାରିଛକରୁ କୋଣାର୍କ ରାସ୍ତା ପ୍ରସସ୍ତିକରଣ ପାଇଁ 500 କୋଟି ରୁ ଉର୍ଦ୍ଧ୍ୱ ଖର୍ଚ୍ଚ ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପ୍ରକାଶ କରିଛନ୍ତି । ପରେ ନିମାପଡ଼ା ବ୍ଲକ ସମ୍ମିଳନୀ କକ୍ଷରେ ନିମାପଡ଼ା ଗୋପ ଅଂଚଳର ସମସ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଏକ ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକରେ ସମସ୍ତ ବିଦ୍ୟାଳୟର ଭିତ୍ତି ଭୂମି, ଶିକ୍ଷକ ସମସ୍ୟା, ଛାତ୍ର ଛାତ୍ରୀଙ୍କ ସମସ୍ୟାର ସମାଧାନ ପାଈଁ ଆଲୋକପାତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *