ନିମାପଡ଼ାରେ ଗତ କାଲି ସନ୍ଧ୍ୟାରେ ଭାଜପା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇ ସଙ୍ଗଠନକୁ ତୃଣମୂଳ ସ୍ତରରୁ ମଜଭୁତ କରିବାପାଇଁ ନେତୃବୃନ୍ଦ ଓ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି । ସମ୍ମାନିତ ଅତିଥି ଭାବରେ ଭାଜପାର ରାଜ୍ୟ ପ୍ରବକ୍ତା ସୁଦୀପ୍ତ ରାୟ, ଜିଲ୍ଲା ସଭାପତି ତଥା ଭାଜପାର ବରିଷ୍ଠ ନେତା ବନରଞ୍ଜନ ପଟନାୟକ,ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ରାୟ , ଏମ୍ପିଙ୍କ ବ୍ଲକ ପ୍ରତିନିଧି ପୂର୍ଣଚନ୍ଦ୍ର ଓଝା, ଏମ୍ପିଙ୍କ ଏନଏସି ପ୍ରତିନିଧି ମିନାଲତା ମହାନ୍ତି, ବିଧାୟିକାଙ୍କ ପ୍ରତିନିଧି ଯତୀନ୍ଦ୍ର ନାଥ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଦଳୀୟ ସଙ୍ଗଠନକୁ ଅଧିକ ଶକ୍ତିଶାଳୀ କରିବା ଏବଂ ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ କରିବା ସହିତ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ଦିଗରେ ଆଲୋଚନା କରିଥିଲେ ।
ନିମାପଡ଼ାରେ ବିଜେପି ପକ୍ଷରୁ ଗୁରୁତ୍ୱପୁର୍ଣ ସାଙ୍ଗଠନିକ ବୈଠକ
