ନିମାପଡ଼ା, ଅଣ୍ଢିଆ ସାହି ଗ୍ରାମରେ ଖୁବ୍ ଧୁମଧାମରେ ପାଳିତ ହୋଇଯାଇଛି ମା ଗଜଲକ୍ଷ୍ମୀ ଙ୍କ ପୁଜା। ଏହି ଅବସରରେ ଗ୍ରାମରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସମ୍ପୁର୍ଣ୍ଣ ରୀତିନୀତିରେ ୫ଦିନ ଧରି ଗ୍ରାମରେ ପୂଜା ପାଉଥିଲେ ମା ଗଜଲକ୍ଷ୍ମୀ। ଗ୍ରାମ ମଙ୍ଗଳ ସମିତି ଏବଂ ଗଜଲକ୍ଷ୍ମୀ ପୁଜା କମିଟିର ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀଙ୍କ ସହଯୋଗରେ ଗ୍ରାମରେ ମା’ଙ୍କର ପୂଜା ଦୀର୍ଘ ୧୮ ବର୍ଷ ହେବ ଚାଲିଆସୁଥିବା ବେଳେ ଗ୍ରାମରେ ଶାନ୍ତି ଶୃଙ୍ଖଳାରେ ଏହି ପୂଜା ଅନୁଷ୍ଠିତ ହୋଇଯାଇଛି। ପୂଜା ପୂର୍ଣ୍ଣାହୁତି ରେ ଗ୍ରାମରେ ସାମୁହିକ ପ୍ରସାଦ ସେବନର ବ୍ୟବସ୍ଥା କରାଯିବା ସହିତ ମହିଳାମାନଙ୍କ ଦ୍ବାରା ସଙ୍କୀର୍ତ୍ତନ କରାଯାଇଥିବା ବେଳେ ପାରମ୍ପାରିକ ବାଦ୍ୟରେ ଶୋଭାଯାତ୍ରାରେ ମା’ଙ୍କୁ ବିଦାୟ ଦିଆଯାଉଥିଲା।

