ନିମାପଡା ବିଜୁ ଜନତା ଦଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ମାର୍ଚ୍ଚ ୫ ତାରିଖରେ ପ୍ରବାଦପୁରୁଷ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ବିଜୁ ଜନତା ଦଳ ନିମାପଡା ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।
ଏହି ପରିପ୍ରେକ୍ଷିତରେ ନିମାପଡାରେ ଅବସ୍ଥିତ ରବିନ୍ଦ୍ର କଲ୍ୟାଣ ମଣ୍ଡପରେ ଅପରାହ୍ନ ସମୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନିମାପଡା ନିର୍ବାଚନମଣ୍ଡଳୀର ଦାୟିତ୍ୱରେ ଥିବା ବିଜେଡି ନେତା ସୁବ୍ରତ ଛାଟୋଇଙ୍କ ଅଧ୍ୟକ୍ଷତାରେ ବୈଠକଟି ଅନୁଷ୍ଠିତ ହୋଇଥିଲା।
ବୈଠକରେ ନିମାପଡା ବ୍ଲକ ସଭାପତି ଭାଗବତ ଖଟୋଇ, ନଗର ସଭାପତି ଧନୁର୍ଦ୍ଧର ଦାସ, ଗୋପ ବ୍ଲକ ସଭାପତି ମହେଶ୍ୱର ସ୍ୱାଇଁ, ନିରଞ୍ଜନ ମହାପାତ୍ର, ୨୧ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ରବିନ୍ଦ୍ର ମଲ୍ଲିକ, ଦୁଲଭ ନାୟକ ସମେତ ବହୁ ପଞ୍ଚାୟତ ସଭାପତି ଓ କର୍ମୀମାନେ ଉପସ୍ଥିତ ଥିଲେ। ମଞ୍ଚ ପରିଚାଳନା ବିଜୟ ପଟ୍ଟନାୟକ କରିଥିଲେ।
ବୈଠକରେ ଜନ୍ମ ଜୟନ୍ତୀ ପାଳନକୁ ଗୌରବମୟ ଓ ଭବ୍ୟ ଭାବରେ ଆୟୋଜନ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ସୂଚନା ଅନୁସାରେ, ଜନ୍ମ ଜୟନ୍ତୀ ଦିନ ନୂତନ ବସ୍‌ଷ୍ଟାଣ୍ଡରୁ ଏକ ବିଶାଳ ବାଇକ୍ ରାଲି ବାହାରିବ ଏବଂ ନିମାପଡା ବ୍ଲକ ସମ୍ମୁଖରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଳ୍ୟ ଅର୍ପଣ କରାଯିବ।
ଏହାସହ ଟାଉନ୍ ହଲ୍‌ରେ ଏକ ସ୍ମୃତି ସଭା ଆୟୋଜନ କରାଯିବା ସହ ବିଜୁ ବାବୁଙ୍କ ଅବଦାନ ଓ ଆଦର୍ଶ ଉପରେ ଆଲୋଚନା ହେବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ବିଜେଡି ନେତାମାନେ କହିଛନ୍ତି, ବିଜୁ ପଟ୍ଟନାୟକଙ୍କ ଆଦର୍ଶ ଓ ତ୍ୟାଗ ଯୁବପିଢ଼ୀ ପାଇଁ ପ୍ରେରଣା ସୃଷ୍ଟି କରୁଛି ଏବଂ ତାଙ୍କ ଜନ୍ମ ଜୟନ୍ତୀକୁ ଜନସାମିଲିତ ଭାବେ ପାଳନ କରାଯିବ।

Leave a Reply

Your email address will not be published. Required fields are marked *