ହଜି ଯାଉଥିବା ଗାଁକୁ ଫେରାଇ ଆଣିବାକୁ ପ୍ରୟାସ ।

ହଜି ଯାଉଥିବା ଗାଁକୁ ଫେରାଇ ଆଣିବାକୁ ପ୍ରୟାସ । ପୁଣି ବର ଗଛରେ ଦୋଳି ଝୁଲୁଛି । ଗାଁରେ ଝିଅ ବୋହୂ, ପୁରୁଷ ଏକାଠି ରଜ ପାଳିଛନ୍ତି । ଝୋଟିରୁ ହୁଳହୁଳି, କବାଡ଼ିରୁ ପୂଚି, ଗୀତ, ନାଚ ପୁଣି ଶଙ୍ଖ ଫୁଙ୍ଖା ପ୍ରତିଯୋଗିତା । ତା ସାଙ୍ଗକୁ ମିଠା, ପିଠାର ଆସର । ରଜ ଉତ୍ସବକୁ ରଙ୍ଗାୟିତ କରିଥିଲା ।

ଯୁବବିକାଶ ପରିଷଦ,ନିମାପଡା ତରଫରୁ ତୃତୀୟ ରଜ ମହୋତ୍ସବ ଛେନୁଅ (ଗୁଡୁସାହି) ଠାରେ ଜାକଜମକରେ ପାଳନ କରାଯାଇଛି। ପାରମ୍ପରିକ ରଜ ପିଠା , ନାଚ ,ଗୀତ, ବିଭିନ୍ନ ପ୍ରକାରର ଖେଳ ରେ ବହୁ ପ୍ରତିଯୋଗୀ ଭାଗ ନେଇଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସମାଜ ସେବୀ ମହାସଂଘ ର ସଭାପତି ନାରାୟଣ ଚନ୍ଦ୍ର ଓଝା, ସମ୍ମାନିତ ଅତିଥିସିନେ ଅଭିନେତା ହାଡୁ ବାବୁ, ଅଭିନେତା କେଦାର ମିଶ୍ର, ଲୋକୋ ପାଇଲଟ ବାସୁଦେବ ପାତ୍ର, ସାମ୍ବାଦିକ ତଥା ସମାଜସେବୀ ବିନ୍ଦୂଜା ଉପାଧ୍ୟାୟ , ଶିକ୍ଷାବିତ ପ୍ରସନ୍ନ କର, ଲିଟିଲ ଷ୍ଟାର ଗ୍ରୁପ ର ସମ୍ପାଦକ ସୁମନ୍ତ ମହାରଣା, ଅଧ୍ୟାପକ ସୁବ୍ରତ ମହାନ୍ତି, ଅଧ୍ୟାପକ ମାନସ ରଞ୍ଜନ ସ୍ବାଇଁ, ଯୁବକବି ଜିତେନ୍ଦ୍ରିୟ ବେହେରା, ସଦାଶିବ ବେହେରା, ପୂର୍ବତନ ଶିକ୍ଷକ ଭଗବାନ ବେହେରା, ମନମୋହନ ସେଠି , ଯୁବ ବିକାଶ ପରିଷଦର ସଭାପତି ନିରଞ୍ଜନ ସାହୁ ,ଚନ୍ଦ୍ରକାନ୍ତ ବରାଳ,ବ୍ରହ୍ମାନନ୍ଦ ସାହୁ, ଦର୍ପ ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସଙ୍ଗଠନ ର ଉପସଭାପତି ତଥା ଯୁବ ସାମ୍ବାଦିକ ବିକାଶ ଚନ୍ଦ୍ର ବାରିକ ମଞ୍ଚ ପରିଚାଳନା କରିଥିଲେ। ଏଠାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିବା ବେଳେ ଓଡ଼ିଶାର ପାଞ୍ଚଜଣ ବିଶିଷ୍ଟ ବ୍ୟକ୍ତି ଯଥା -ସାମ୍ବାଦିକା, ସମାଜସେବୀ, ସ୍ବାସ୍ଥ୍ୟ ସହାୟିକା, ଏବଂ ଲୋକୋ ପାଇଲଟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସର୍ବୋପରି ପଲ୍ଲୀରେ ପୁଲକିତ ବାସ୍ନା ବରେଣ୍ୟ ଅତିଥି ଓ ଗ୍ରାମବାସୀଙ୍କୁ ବିମୋହିତ କରିଥିଲା ।

Leave a Reply

Your email address will not be published. Required fields are marked *