କୁନି ରଥେ ବିଜେ ଜଗନ୍ନାଥ

ନଏଜ ଓଡିଶା: ବଡ ଦାଣ୍ଡରେ ଗଡିଛି କାଳିଆର ରଥ । ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ରଥାରୁଢ଼ ହେଲେ କଳା ଠାକୁର । କାଳିଆ ଠାକୁରଙ୍କ ରଥ ଯାତ୍ରା ସିନା ସାରା ବିଶ୍ୱରେ ପ୍ରସିଦ୍ଧ ହେଲେ ଓଡ଼ିଶାର ଗାଁ ରୁ ସହର ସବୁଠି ଖାଲି ଜଗନ୍ନାଥ ମୟ । ପବିତ୍ର ଘୋଷଯାତ୍ରା ଅବସରରେ କୁନି କୁନି ପିଲା ମାନେ ମଧ୍ୟ କୁନି ରଥ କରି ଅତି ଶ୍ରଦ୍ଧାରେ ରଥ ଟାଣିଥିବା ଦେଖିବାକୁ ମିଳିଛି । ନିମାପଡାରେ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ବହୁସଂଖ୍ୟାରେ ଗଡିଥିଲା କୁନି ରଥ । ଯାହାକୁ ଛୋଟ ପିଲାମାନେ ଟାଣୁଥିଲେ ଓ ସହର ପରିକ୍ରମା କରାଇଥିଲେ । ବଜାରରେ ଥିବା ବିଭିନ୍ନ ଦୋକାନୀ, ବ୍ୟବସାୟୀ, ସାଧାରଣ ଜନତା ମାନଙ୍କୁ ଠାକୁରଙ୍କ ଭୋଗ ବାଣ୍ଟିଥିଲେ ।
କୁନିକୁନି ପିଲାଙ୍କ କୁନି ରଥକୁ ଟାଣୁଥିବାର ଦୃଶ୍ୟ ସାଧାରଣ ଲୋକଙ୍କୁ ବେଶ ଆକୃଷ୍ଟ କରିଥିଲା । ଥାନାନିକଟ ଶ୍ୟାମସୁନ୍ଦରପୁର ନୂଆ ମଠସାହିର କୁନି ଭକ୍ତ ସମ୍ବିତ ଶୁଭମ ସାହୁ, ସ୍ୱୟଂ ସ୍ୱରୂପ ସାହୁ, ରୁଦ୍ର ପ୍ରଶାପ ସାହୁ, ଆଶୁତୋଷ ସାହୁ, ଅନନ୍ୟା ଦାସ, ଆରାଧ୍ୟା ସାହୁ, ଶୁଭ୍ରକାନ୍ତ ସାହୁ ପ୍ରମୁଖ ଘଣ୍ଟ ବଜେଇ କୁନି ରଥକୁ ସହର ପରିକ୍ରମା କରାଇଥିଲେ ।

Leave a Reply

Your email address will not be published. Required fields are marked *